30.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଆଜିଠୁ ସଂସଦର ଦ୍ୱିତୀୟ ଅଧିବେସନ

ଆଜିଠୁ ସଂସଦର ଦ୍ୱିତୀୟ ଅଧିବେସନ

ନୂଆଦିଲ୍ଲୀ : ସଂସଦରେ ବଜେଟ ସତ୍ରର ଦ୍ୱିତୀୟ ଅଧିବେସନ ଆଜିଠାରୁ ଆରମ୍ଭ ହେବ । ୪ ଟି ରାଜ୍ୟର ବିଧାନସଭା ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବଜେଟ ସତ୍ରର ସମୟକୁ କମାଇ ଦିଆଯାଇପାରେ । ଏହାକୁ ନେଇ ବିଭିନ୍ନ ଦଳର ନେତା ସହମତି ମଧ୍ୟ ପ୍ରକାଶ କରିଛନ୍ତି । ସତ୍ରର ଦ୍ୱିତୀୟ ପର୍ଯ୍ୟାୟ ରେ ଆର୍ଥିକ ବିଲ ଓ ଆର୍ଥିକ ବର୍ଷ ୨୦୨୧-୨୨ପାଇଁ ଅନୁଦାନ ଦାବି ଓ ପାରିତ କରିବା ଉପରେ ସରକାରଙ୍କ ଧ୍ୟାନ ମୁଖ୍ୟ ରୁପରେ ରହିବ । ଏହାଛଡା ଅନ୍ୟ କେତେକ ବିଲ ମଧ୍ୟ ପାରିତ କରାଯିବା ପାଇଁ ସୂଚୀବଦ୍ଧ କରାଯାଇଛି ।

ସରକାର ପେନସନ ନିଧି ନିୟାମକ ଏବଂ ପ୍ରାଧିକରଣ ସଂଶୋଧନ ବିଲ, ରାଷ୍ଟ୍ରୀୟ ଆର୍ଥିକ ପୋଷଣ ବିଲ , ଡିଜିଟାଲ ମୁଦ୍ରା ନିୟାମକ ବିଲ କୁ ସୂଚୀବଦ୍ଧ କରିଛନ୍ତି ।

ଆଗକୁ ନିର୍ବାଚନ ହେବାକୁ ଥିବାରୁ କ୍ଷେତ୍ରିୟ ଦଳର ବହୁ ବରିଷ୍ଠ ନେତା ସଦନର ବୈଠକରେ ଅନୁପସ୍ଥିତ ରହିବେ । ଏହାର ପ୍ରଥମ ଚରଣ ବୈଠକ ଜାନୁଆରୀ ୨୯ ରେ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking