29.1 C
Bhubaneswar
Saturday, May 4, 2024
Homeଓଡିଶା ଅକ୍ଟୋବର ୨୬ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ

 ଅକ୍ଟୋବର ୨୬ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫସଲ ଖିଆ ବାଡ଼ ଅଟନ୍ତି : ୟାସିର ନୱାଜ

ଭୁବନେଶ୍ୱର :  ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଯେ ଆସନ୍ତା ଅକ୍ଟୋବର ୨୬ ତାରିଖ ଭିତରେ ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାରୀ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ତଥା ମମିତାଙ୍କ ପରିବାରକୁ ଏକ କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନକରନ୍ତି ତେବେ ୨୬ ତାରିଖ ଦିନ ପ୍ରଦେଶ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ । ଏହି ଜଘନ୍ୟ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସାରା ଛାତ୍ର କଂଗ୍ରେସର ନେତୃବୃନ୍ଦ ଓ କର୍ମୀ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନ କରୁଥିବା ବେଳେ ନବୀନ ସରକାର ସେମାନଙ୍କୁ ପୋଲିସ୍ ବଳ ଲଗାଇ ଗିରଫ କରିବା ସହ ଅତ୍ୟାଚର କରୁଛନ୍ତି ଏବଂ ଜେଲ ପଠାଉଛନ୍ତି । ନବୀନ ବାବୁ ଗଣତନ୍ତ୍ରର କଣ୍ଠରୋଧ କରନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଫସଲଖିଆ ବାଡ଼ ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି । ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି । ମହାଲିଙ୍ଗ ପବ୍ଲିକ ସ୍କୁଲର ମାଲିକ ସ୍କୁଲରେ ଏକ ରଙ୍ଗଶାଳା ଖୋଲିଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ସେଇ ରଙ୍ଗଶାଳାର ସବୁଦିନିଆ ଅତିଥି । ଗୋବିନ୍ଦ ସାହୁ ଯେଉଁ ଭିଡିଓ ପାଇଁ ମମିତାଙ୍କୁ ହତ୍ୟା କଲେ ସେଇ ଭିଡିଓରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଆପତିଜନକ ଅବସ୍ଥାର ଦୃଶ୍ୟ ରହିଛି ।

ପ୍ରଘଟ ଭୟରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନିର୍ଦ୍ଦେଶରେ ମମିତାକୁ ହତ୍ୟା କରାଯାଇଛି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି । କଳାହାଣ୍ଡି ଜିଲ୍ଲାରେ ଏତେ ସରକାରୀ ସ୍କୁଲ / କଲେଜ ଥବା ବେଳେ ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟକୁ କାହିଁକି ଏଭଳି ସରକାରୀ ଅନୁଦାନ ଦିଆଯାଇଛି ବୋଲି ୨୦୧୪ ମସିହାରେ ସିଏଜି ପ୍ରଶ୍ନ କରିଥିଲେ ବି ମୁଖ୍ୟମନ୍ତ୍ରୀ ଏହାକୁ ଏଡାଇ ଦେଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ଏବଂ ବିଜେଡ଼ି ଦଳୀୟ ବିଧାୟକ ଏବଂ ନେତାଙ୍କର ଏହା ଏକ ରଙ୍ଗଶାଳା ହୋଇଥିବାରୁ ବେନିୟମ ଭାବେ ଏହି ଶିକ୍ଷାନୁଷ୍ଠାନକୁ ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଅନୁଦାନ ଦିଆଯାଇଛି । ଅନ୍ୟପକ୍ଷରେ ମହାଲିଙ୍ଗ ପବ୍ଲିକସ୍କୁଲର ଇଂରାଜୀ ଶିକ୍ଷକ ମୋତିଲାଲ ନାଏକ ଅଭିଯୋଗ କରିଛନ୍ତି ସେଠାରେ ତାଙ୍କ ଝିଅ ରାଜେଶ୍ୱରୀଙ୍କୁ ଗୋବିନ୍ଦ ସାହୁ ଟାକ୍ଟ୍ରର ଚଢ଼ାଇ ହତ୍ୟା କରିଛି ।

ଏଠାରେ ମନ୍ତ୍ରୀ ,ବିଧାୟକ ଓ ରାଜନେତାଙ୍କ ପାଇଁ ସମସ୍ତ ପ୍ରକାରର ମନୋରଞ୍ଜନ ଏବଂ ହୀନ କାର୍ଯ୍ୟର ବ୍ୟବସ୍ଥା ଗୋବିନ୍ଦ ସାହୁ କରନ୍ତି । ସୁତରାଂ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କର ଙ୍କ କଳାକାରାନାମାକୁ ଘୋଡ଼ାଇବା ପାଇଁ ଦିବ୍ୟଶଙ୍କରଙ୍କ ନିର୍ଦ୍ଦେଶରେ ଗୋବିନ୍ଦ ସାହୁ ମମିତାକୁ ହତ୍ୟା କରିଛି ଏବଂ ଏହି ହତ୍ୟାକୁ ଘୋଡ଼ାଇବା ପାଇଁ ସରକାରୀ କଳକୁ ବ୍ୟବହାର କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ମା’କୁ ସମ୍ମାନ ଆହ୍ୱାନ ଏକ ପ୍ରତାରଣା । ଏଠି ବେବିନା, ଇତିଶ୍ରୀ, କୁନ୍ଦୁଲି ଛାତ୍ରୀ ସୁସ୍ମିତା, ମାଧବୀଲତା, ସ୍ମିତାରାଣୀ, ପରୀର ପରିବାର ଏପର୍ଯ୍ୟନ୍ତ ନ୍ୟାୟ ପାଇପାରିଲେ ନାହିଁ । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବ୍ୟଶଙ୍କରଙ୍କୁ ବହିସ୍କାର ଓ ଗିରଫ କରି ତାଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଛାତ୍ର ସାଧାରଣ ସଂପାଦକ ଶ୍ରୀ ରଜତ ଚୌଧୁରୀ ଯେତେ ଚେଷ୍ଟା କଲେ ବି ଦିବ୍ୟଶଙ୍କର ଅପରାଧକୁ ଘୋଡ଼ାଇ ପାରିବେ ନାହିଁ । ଛାତ୍ର କଂଗ୍ରେସ ନବୀନ ନିବାସ ଭିତରକୁ ଯାଇ ତାଙ୍କର ଅନ୍ଧାକାନୁନର ପ୍ରତିବାଦ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ବିଶ୍ୱଭୂଷଣ ମହାପାତ୍ର, କାର୍ତିକେଶ୍ୱର କାଣ୍ଡି ଓ ବାବୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking