32.1 C
Bhubaneswar
Tuesday, April 23, 2024
Homeଖେଳଭାରତର ଲଜ୍ୟା ଜନକ ପରାଜୟ , ୧୦ ଓ୍ଵିକେଟ୍‌ରେ ଜିତିଲା ପାକିସ୍ତାନ

ଭାରତର ଲଜ୍ୟା ଜନକ ପରାଜୟ , ୧୦ ଓ୍ଵିକେଟ୍‌ରେ ଜିତିଲା ପାକିସ୍ତାନ

ନୂଆଦିଲ୍ଳୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲାରେ ପାକିସ୍ତାନ ବିଜୟ ହାସଲ କରିବା ସହିତ ଇତିହାସ ରଚିଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୧୫୧ ରନ କରିଥିବା ବେଳେ କୌଣସି ୱିକେଟ ନ ହରାଇ ୧୪ ବଲ ପୂର୍ବରୁ ବିଜୟ ହାସଲ କରି ନେଇଥିଲା ପାକିସ୍ତାନ । ବୋଲରଙ୍କ ଦମଦାର ପ୍ରଦର୍ଶନ ପରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ୧୫୦ ରନର ଭାଗିଦାରୀ କରି ଇତିହାସ ବକ୍ଷରେ ପାକିସ୍ତାନର ନାମ ରଖିଥିଲେ । ଏହା ସହିତ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଦଳର ଏହା ପ୍ରଥମ ବିଜୟ । ଏହି ବିଜୟ ସହିତ ପାକିସ୍ତାନ ନିଜର ବିଜୟ ପରାଜୟ ରେକର୍ଡ ୫-୧ରେ ପହଞ୍ଚାଇଛି ।

ପାକିସ୍ତାନ ପକ୍ଷରୁ ଅଧିନାୟକ ବାବର ଆଜମ (୬୮) ଏବଂ ମହମ୍ମଦ ରିଜୱାନ(୭୯) ରନ କରିଥିଲେ । ରିଜୱାନ ୫୫ ବଲ ଖେଳି ୬ ଚୌକା ଓ ୩ଟି ଛକା ମାରିଥିଲେ । ଅନ୍ୟ ପକ୍ଷରେ ଆଜମ ୫୨ ବଲ ଖେଳି ୬ ଚୌକା ଓ ୨ ଛକା ସହିତ ୬୮ ରନ କରିଥିଲେ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପକ୍ଷରୁ ଦୁଇ ଓପ୍ନର ବିଶେଷ କିଛି କରି ପାରିନଥିଲେ । ରୋହିତ ଶର୍ମା ଗୋଲ୍ଡେନ ଡକରେ ଆଉଟ ହୋଇଥିବା ବେଳେ କେ ଏଲ ରାହୁଲ ମାତ୍ର ୩ ରନ ସଂଗ୍ରହ କରିଥିଲେ । ଉଭୟ ଶାହିନ ଆଫ୍ରିଦିଙ୍କ ଶିକାର ହୋଇଥିଲେ ।

ସୂର୍ଯ୍ୟ କୁମାର ଯାଦବ ଗୋଟିଏ ଲେଖାଏଁ ଛକା ଓ ଚୌକା ସହିତ ୧୧ ରନ କରିଥିବା ବେଳେ ହସନ ଅଲୀଙ୍କ ବଲରେ କଟ ବିହାଇଣ୍ଡ ହୋଇଥିଲେ । ତେବେ ଅଧିନାୟକ ବିରାଟ କୋହଲି (୫୭) ଓ ଋଷଭ ପନ୍ତ (୩୯)ଙ୍କ ମଧ୍ୟରେ ୫୩ ରନର ଭାଗିଦାରୀ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲା । କୋହଲି ୪୯ ବଲ ଖେଳି ୫ ଚୌକା ଓ ୧ ଛକା ସହିତ ୫୭ ରନ କରିଥିବା ବେଳେ ପନ୍ତ ୩୦ ବଲରୁ ୨ଟି ଲେଖାଏଁ ଛକା ଓ ଚୌକା ସହିତ ୩୯ ରନ କରିଥିଲେ । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ୧୩ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୧ ରନ ବଳରେ ଭାରତ ୧୫୦ ରନ ପାର କରିଥିଲା । ଶାହିନ ଆଫ୍ରିଦି ୩୧ ରନ ବ୍ୟୟରେ ୩ଟି ୱିକେଟ ନେଇଥିବା ବେଳେ ହସନ ଅଲୀ ୪୪ ରନରେ ୨ଟି ୱିକେଟ ନେଇଥିଲେ । ହରିଶ ରୌଫ ଓ ଶଦାବ ଖାନ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking