25.8 C
Bhubaneswar
Saturday, July 27, 2024
Homeଖେଳଟେଷ୍ଟ୍ ଖେଳିବାକୁ ମାକ୍ସୱେଲ୍ ଆଶାବାଦୀ; ଶ୍ରୀଲଙ୍କା ଗସ୍ତ ଉପରେ ନଜର

ଟେଷ୍ଟ୍ ଖେଳିବାକୁ ମାକ୍ସୱେଲ୍ ଆଶାବାଦୀ; ଶ୍ରୀଲଙ୍କା ଗସ୍ତ ଉପରେ ନଜର

ମେଲବର୍ଣ୍ଣ : ଅଷ୍ଟ୍ରେଲୀୟ ଷ୍ଟାର୍ ଖେଳାଳି ଗ୍ଲେନ୍ ମାକ୍ସୱେଲ୍ ପୁଣିଥରେ ଟେଷ୍ଟ୍ କ୍ରିକେଟ୍ ଖେଳିବା ଆଶା ଛାଡ଼ିନାହାନ୍ତି । ୨୦୨୫ ପ୍ରାରମ୍ଭରେ କଙ୍ଗାରୁ ଦଳର ଶ୍ରୀଲଙ୍କା ଗସ୍ତ ଉପରେ ନଜର ରଖିଥିବା ମାକ୍ସୱେଲ୍ କହିଛନ୍ତି, ଉପମହାଦେଶରେ ତାଙ୍କ ରେକର୍ଡ ସାତବର୍ଷରୁ ଅଧିକ ସମୟ ପରେ ତାଙ୍କୁ ପ୍ରଥମ ଥର ପ୍ରତ୍ୟାବର୍ତ୍ତନ କରାଇବ । କ୍ୟାରିୟର୍‌ର ସମସ୍ତ ସାତଟି ଯାକ ଟେଷ୍ଟ୍ ମ୍ୟାଚ୍ ଦକ୍ଷିଣ ଏସୀୟ ଦଳ ବିରୋଧରେ ଖେଳିଥିବା ମାକ୍ସୱେଲ୍ ଏକମାତ୍ର ଟେଷ୍ଟ୍ ଶତକ ଭାରତରେ ହାସଲ କରିଥିଲେ ।

୨୦୧୭ ସେପ୍ଟେମ୍ବର ପରଠାରୁ ଟେଷ୍ଟ୍ ମ୍ୟାଚ୍ ଖେଳିନଥିବା ମାକ୍ସୱେଲ୍ ଅଷ୍ଟ୍ରେଲୀୟ ଟେଷ୍ଟ୍ ସ୍କ୍ୱାଡ୍‌ରେ ସ୍ଥାନ ହାସଲ କରିବା କେତେକ କଷ୍ଟକର ତାହା ଜାଣିଛନ୍ତି । ଏହା ସତ୍ତ୍ୱେ ୩୫ ବର୍ଷୀୟ ଅଲ୍‌ରାଉଣ୍ଡର୍ ଶ୍ରୀଲଙ୍କା ଗସ୍ତ ପାଇଁ ଏକବର୍ଷରୁ ଅଧିକ ସମୟ ଦେବାକୁ ପଡ଼ିପାରେ ବୋଲି ଭାବୁଛନ୍ତି । ଅଷ୍ଟ୍ରେଲିଆ ରେଡିଓ ଷ୍ଟେସନ୍ ଏସ୍‌ଇଏନ୍‌କୁ ମଙ୍ଗଳବାର ଏକ ସାକ୍ଷତକାର ଦେଇ ସେ କହିଛନ୍ତି, ବର୍ତ୍ତମାନ ଦଳର ସ୍ଥିତିକୁ ଭଲ ଭାବେ ବୁଝିପାରୁଛି ।

ସେମାନେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ । ମାକ୍ସୱେଲ୍ କହିଛନ୍ତି, ଘରୋଇ ମାଟିରେ ଟେଷ୍ଟ୍ ଖେଳିବା ପରିପ୍ରେକ୍ଷୀରେ ଦଳରେ ସ୍ଥାନ ଉପଲବ୍ଧ ନାହିଁ । କିନ୍ତୁ ମୁଁ ଜାଣିଛି ଉପମହାଦେଶ ଗସ୍ତରେ ଦଳ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ନିମନ୍ତେ ଏକ ବାସ୍ତକ ବିକଳ୍ପ ହୋଇପାରିବି । ୨୦୨୫ ପର୍ଯ୍ୟନ୍ତ ଆଉ ଏକ ଉପମହାଦେଶ ଗସ୍ତ ହେବ ବୋଲି ଭାବୁନାହିଁ । ତେଣୁ ଚେଷ୍ଟା ଜାରି ରଖିବି ଏବଂ ମୋତେ ସୁଯୋଗ ମିଳିବ ବୋଲି ଆଶା କରୁଛି । ମାକ୍ସୱେଲ୍ ଆଗାମୀ ବିବିଏସ୍ ସିଜନ୍ ଆରମ୍ଭ ଯୋଜନାରେ ଥିବାବେଳେ ତାଙ୍କ ଦଳୀୟ ସାଥୀ ଖେଳାଳି ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ୍ ସିରିଜ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking