28.1 C
Bhubaneswar
Saturday, July 27, 2024
Homeଖେଳଟିମ୍ ଇଣ୍ଡିଆର ସାଉଥ୍ ଆଫ୍ରିକା ଗସ୍ତ; ବ୍ୟାଟିଂକୁ ନେଇ ଦ୍ରାବିଡ୍‌ଙ୍କ ଗେମ୍ ପ୍ଲାନ୍‌

ଟିମ୍ ଇଣ୍ଡିଆର ସାଉଥ୍ ଆଫ୍ରିକା ଗସ୍ତ; ବ୍ୟାଟିଂକୁ ନେଇ ଦ୍ରାବିଡ୍‌ଙ୍କ ଗେମ୍ ପ୍ଲାନ୍‌

ଜୋହାନ୍ସବର୍ଗ : ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ସାଉଥ୍ ଆଫ୍ରିକାରେ ପହଞ୍ଚିସାରିଛି । ଡିସେମ୍ବର ୧୦ରୁ ଏଠାରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ । ଏହାପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ପରେ ଦୁଇ ମ୍ୟାଚ୍‌ର ଟେଷ୍ଟ୍ ସିରିଜ୍ ମଧ୍ୟ ଖେଳାଯିବ । ଏହି ଲମ୍ବା ଗସ୍ତରେ ଟିମ୍ ଇଣ୍ଡିଆକୁ ସଫଳତା ଦେବା ପାଇଁ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ ବ୍ୟାଟିଂକୁ ଏକ ସ୍ୱତନ୍ତ୍ର ଆପ୍ରୋଚ୍ ଦେବାକୁ ପ୍ରୟାସ କରିଛନ୍ତି । ଅସଲରେ ସାଉଥ୍ ଆଫ୍ରିକାରେ ଭାରତୀୟ ଟିମ୍‌କୁ କେବେ ବି ବିଶେଷ ସଫଳତା ମିଳିନାହିଁ । ଏଠାରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ଟେଷ୍ଟ୍ ସିରିଜ୍ ଜିତିପାରି ନାହିଁ ।

ଟ-୨୦ ଏବଂ ଦିନିକିଆରେ ମଧ୍ୟ ସୀମିତ ସଫଳତା ମିଳିଛି । ଏହାର ବଡ଼ କାରଣ ହେଉଛି ବ୍ୟାଟର୍‌ଙ୍କ ପାଇଁ ଏଠାକାର ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ସାଉଥ୍ ଆଫ୍ରିକା ପିଚ୍‌ରେ ବୋଲର୍‌ଙ୍କ ଭଲ ମୁଭ୍‌ମେଣ୍ଟ୍ ମିଳିଥାଏ ଏବଂ ବାଉନ୍ସରେ ମଧ୍ୟ ବିବିଧତା ହୋଇଥାଏ । ଏପରି ସ୍ଥିତିରେ ଭାରତୀୟ ବ୍ୟାଟର୍ ପରିସ୍ଥିତି ସହିତ ଖାପ ଖୁଆଇବା ପୂର୍ବରୁ ହିଁ ସିରିଜ୍ ହାତଛଡ଼ା କରିଥାନ୍ତି । ଏହି କାରଣରୁ ଏଥର ରାହୁଲ ଦ୍ରାବିଡ୍ ସ୍ୱତନ୍ତ୍ର ଗେମ୍ ପ୍ଲାନ୍ ସହିତ ସାଉଥ୍ ଆଫ୍ରିକା ଯାତ୍ରା କରିଛନ୍ତି । ଷ୍ଟାର୍ ସ୍ପୋର୍ଟ୍ସ ସହିତ ଏକ ସାକ୍ଷାତକାରରେ ଦ୍ରାବିଡ୍ କହିଛନ୍ତି, ସାଉଥ୍ ଆଫ୍ରିକା ବ୍ୟାଟିଂ ପାଇଁ ଏକ ଆହ୍ୱାନପୂର୍ଣ୍ଣ ସ୍ଥାନ । ବ୍ୟାଟିଂ ପାଇଁ ଏହା କଠିନ ସ୍ଥାନ ମଧ୍ୟରୁ ଅନ୍ୟତମ । ବିଶେଷ କରି ଜୋହାନ୍ସବର୍ଗ ଓ ସେଞ୍ଚୁରିଅନ୍ ବ୍ୟାଟିଂ ପାଇଁ ସହଜ ହୋଇନଥାଏ ।

ତେଣୁ ଏଠାରେ ପ୍ରତ୍ୟେକ ଭାରତୀୟ ବ୍ୟାଟର୍ ଏହି ପିଚ୍‌ରେ ଖେଳିବାକୁ ଚାହୁଁଛନ୍ତି, ସେଥିପାଇଁ ସେମାନଙ୍କ ନିକଟରେ ଏକ ଗେମ୍ ପ୍ଲାନ୍ ରହିବ । ଯେପର୍ଯ୍ୟନ୍ତ ସେ ନିଜ ଗେମ୍ ପ୍ଲାନ୍‌କୁ ନେଇ ସ୍ପଷ୍ଟ ଏବଂ ପ୍ରତିଶ୍ରୁତିବଦ୍ଧ ରହିବା ସହିତ ଏଥିପାଇଁ ଅଭ୍ୟାସ ଜାରି ରଖିବେ, ସେତେବେଳ ପର୍ଯ୍ୟନ୍ତ ସବୁ ଠିକ୍ ରହିବ ବୋଲି ଦ୍ରାବିଡ୍ କହିଛନ୍ତି । ସେ ଆହୁରି କହିଛନ୍ତି, ସମସ୍ତ ଖେଳାଳି ଏକ ପ୍ରକାର ଖେଳିବେ ତାହା ଆମେ ଆଶା କରୁନାହୁଁ ।

ସେମାନଙ୍କ ପାଇଁ ଏହି ପଡ଼ିଆରେ କ’ଣ ଉନ୍ନତ ରହିବ ସେ ନେଇ ସେମାନେ ସ୍ପଷ୍ଟ ହେବା ଉଚିତ । ପୁଣି ଏହାକୁ କାର୍ଯ୍ୟାନ୍ୱିତ କରିବାରେ ସକ୍ଷମ ମଧ୍ୟ ହେବାକୁ ପଡ଼ିବ । ଦ୍ରାବିଡ୍ କହିଛନ୍ତି, ଯଦି ଆମ ଖେଳାଳି ଏଠାରେ ସେଟ୍ ହୋଇଯାଆନ୍ତି, ତେବେ ନିଶ୍ଚିତ ଭାବେ ପ୍ରତ୍ୟେକ ଖେଳାଳି ମ୍ୟାଚ୍ ବିଜୟ ଯୋଗଦାନ ଦେବାକୁ ପ୍ରୟାସ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking