27.1 C
Bhubaneswar
Tuesday, April 29, 2025
Homeଓଡିଶାଆହୁରି ୨ ଦିନ ଯାଏଁ କଲବଲ କରିବା ଖରା

ଆହୁରି ୨ ଦିନ ଯାଏଁ କଲବଲ କରିବା ଖରା

ଭୁବନେଶ୍ବର:  ଆହୁରି ୨ ଦିନ ଯାଏଁ  କଲବଲ କରିବା ଖରା । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ପ୍ରବାହ । ଗତକାଲି ୪୩.୫ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ୪୨ ତାପମାତ୍ରା ସହ ବରଗଡ଼ ଦ୍ବିତୀୟ ଏବଂ ୪୦.୭ ସହ ଅନୁଗୁଳ ତୃତୀୟରେ ରହିଥିଲା । ଆଜିଠୁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି ।

ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୩୦ରୁ ୪୦ କିମି ପବନ ବହିବ । ସେହିପରି ୨୦ ତାରିଖରେ ଉପକୂଳ  ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ।

ବଲାଙ୍ଗୀର, ଅନୁଗୁଳ ଝାରସୁଗୁଡା ଓ ବୌଦ୍ଧ ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ସମ୍ବଲପୁର, ସୁନ୍ଦରଗଡକୁ ୟେଲୋ ଆର୍ଲଟ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ଗଜପତିକୁ ଜିଲ୍ଲାକୁ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking