ଭୁବନେଶ୍ୱର : କଂଗ୍ରେସ ବିଧାୟକ ତାରାବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୁଣ୍ଣ ବିପର୍ଯ୍ୟସ୍ତ ଅଟେ । ସାଧାରଣ ଜନତା ସୁରକ୍ଷିତ ନାହାନ୍ତି । ମହିଳା , ଆଦିବାସୀ ସୁରକ୍ଷିତ ନାହାନ୍ତି । ଆଇନଶୃଙ୍ଖଳା ସରକାର ଠିକ କରିପାରୁ ନାହାନ୍ତି । ବିଧାନସଭା ବଜେଟର ଆଜି ଦ୍ୱିତୀୟ ଅଧିବେଶନ । ପ୍ରଶ୍ନକାଳର ଆରମ୍ଭରୁ ହିଁ ବିଜୁଜନତା ଦଳ ଏବଂ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ବିଜେଡି , କଂଗ୍ରସର ପାଡିୟମ ତଳେ ନାରାବାଜି ଓ ପ୍ରତିବାଦ କରିଥିଲେ । ା ଯାହାଫଳରେ ଗୃହ କାଯ୍ୟ ସୁରୁଖୁରୁରେ ଚାଲିନଥିଲା । ଏନେଇ ମଧ୍ୟାହ୍ନ ୧୨ଟା ପଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ । ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।