ୟୁସୁଫ ପଠାନ କରୋନା ପଜିଟିଭ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବ ଅଲରାଉଣ୍ଡର ୟୁସୁଫ ପଠାନଙ୍କ କରୋନା ଭାଇରସ ରିପୋର୍ଟ ପଜିଟିଭ ଆସିଛି । ୟୁସୁଫ ପଠାନ ଟ୍ୱିଟ କରି ପଜିଟିଭ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ସଚିନ ତେନ୍ଦୁଲକରଙ୍କ କରୋନା ଭାଇରସ ରିପୋର୍ଟ ପିଜିଟିଭ ଆସିଥିଲା । ୟୁସୁଫ ପଠାନ ଓ ସଚିନ ତେନ୍ଦୁଲକର ଶେଷ ହୋଇଥିବା ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ ଟି୨୦ ଟୁର୍ଣ୍ଣାମେଣ୍ଟ ରେ ଭାଗ ନେଇଥିଲେ ।
ୟୁସୁଫ ପଠାନ ଟ୍ୱିଟ କରି କହିଛନ୍ତି ଯେ, ସେ ନିଜ ଘରେ କ୍ୱାରେଣ୍ଟିନ ରହିଛନ୍ତି । ସେ ଲେଖିଛନ୍ତି, ‘ହାଲକା ଲକ୍ଷଣ ସହ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି । ରିପୋର୍ଟ ଆସିବା ପରେ ମୁଁ ନିଜେ ଘରେ କ୍ୱାରିଣ୍ଟିନରେ ରହିଛି ଏବଂ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି’ । ନିଜ ସଂପର୍କରେ ଆସିଥିବା ଲୋକଙ୍କୁ ସେ କରୋନା ଟେଷ୍ଟ କରିନେବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here