26.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଗିରଫ ହେଲେ ୟୁଟ୍ୟୁବର ନାମ୍ରା କାଦିର

ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଗିରଫ ହେଲେ ୟୁଟ୍ୟୁବର ନାମ୍ରା କାଦିର

ନୂଆଦିଲ୍ଲୀ : ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଗିରଫ ହୋଇଛନ୍ତି ଜଣାଶୁଣା ୟୁଟ୍ୟୁବର ନାମ୍ରା କାଦିର । ଜଣେ ବ୍ୟବସାୟୀଙ୍କୁ ହନି ଟ୍ରାପରେ ଫସାଇ ୮୦ ଲକ୍ଷ ଲୁଟିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ନାମ୍ରାଙ୍କର ୮ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି । ତେବେ ନାମ୍ରା ନିଜ ପତିଙ୍କ ସହିତ ମିଶି ଗୁରୁଗ୍ରାମର ଜଣେ ବ୍ୟବସାୟୀଙ୍କୁ ଫସାଇଥିଲେ । ଏହା ପରେ ଦୁଷ୍କର୍ମ କେସରେ ଫସାଇବାର ଧମକ ଦେଇ ବ୍ୟବସାୟୀଙ୍କଠାରୁ ୮୦ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଥିଲେ ନାମ୍ରା । ଗୁରୁଗ୍ରାମ ପୋଲିସ ୟୁ-ଟ୍ୟୁବର ନାମ୍ରାଙ୍କୁ ଗିରଫ କରିବା ପରେ ୪ ଦିନିଆ ରିମାଣ୍ଡରେ ନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।

ନାମ୍ରା ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଏକ ସନ୍ତାନ ରହିଛି । ପୋଲିସ ଏବେ ନାମ୍ରାଙ୍କ ପତି ବିରାଟ ବେନିୱାଲଙ୍କ ଗିରଫଦାରୀ ନେଇ ରେଡ୍ ଚଲାଇଛି । ଏହି ଯୁବତୀଙ୍କ ନାମରେ ଜଣେ ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବାର ଗମ୍ଭୀର ଅଭିଯୋଗ ରହିଛି । ବ୍ୟବସାୟୀଙ୍କ ଜଣକ କହିଛନ୍ତି, ମୁଁ ନାମ୍ରାଙ୍କୁ ପୂର୍ବରୁ ଜାଣିଥିଲି। ତେଣୁ ଯେଉଁଦିନ ସେ ମୋତେ ୨ ଲକ୍ଷ ଟଙ୍କା ମାଗିଥିଲେ ମୁଁ ତାଙ୍କୁ ଦେଇଥିଲି। ଏହାପରେ ନାମ୍ରାଙ୍କ ପାଇଁ ଆଡକ କାମ ଆଣିଥିଲି, ସେତେବେଳେ ସେ ୫୦ ହଜାର ଟଙ୍କା ମାଗିଥିଲେ। ସେତେବେଳେ ମଧ୍ୟ ତାଙ୍କ ଆକାଉଣ୍ଟକୁ ପଇସା ପଠାଇଥିଲି।

କିନ୍ତୁ ପଇସା ପଠାଇବା ପରେ ସେ ମୋ କାମ କରିନଥଇଲେ। ତା’ ପରେ ନାମ୍ରା ମୋତେ ପସନ୍ଦ କରନ୍ତି ଏବଂ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ। ଆଉ ନାମ୍ରାଙ୍କ ଭଉଣୀ ବାହାଘର ସରିଲେ ବାହାଘର ହେବ ଏବଂ ସବୁ ଟଙ୍କା ସେ ଫେରାଇଦେବେ ବୋଲି କହିଥିଲେ। ଏହା ଶୁଣିବା ପରେ ବ୍ୟବସାୟୀ ଜଣକ ତାଙ୍କ ସହିତ ବୁଲିବା ଏବଂ ଖାଇବାକୁ ଯାଆନ୍ତି। ହେଲେ ସବୁବେଳେ ତାଙ୍କ ସହିତ ବିରାଟ ମଧ୍ୟ ରୁହନ୍ତୁ। ଏକ କ୍ଲବକୁ ପାର୍ଟି ପାଇଁ ଯାଇଥିବା ଏହି ସମୟରେ ବ୍ୟବସାୟୀଙ୍କୁ ନାମ୍ରା ଏବଂ ତାଙ୍କ ସ୍ୱାମୀ ବିରାଟ ହୋଟେଲକୁ ନେଇ ଜବରଦସ୍ତ ମଦ ପିଆଇଥିଲେ । ସେଠାରେ ୩ ଜଣ ହୋଟେଲର ରୁମ୍‌ ବୁକ୍‌ କରି ରହିଥିଲେ। ସକାଳୁ ଉଠି ନାମ୍ରା ବ୍ୟବସାୟୀଙ୍କୁ କାର୍ଡ ମାଗିଥିଲେ ଆଉ ଯଦି ସେ କାର୍ଡ ନ ଦିଅନ୍ତି ତେବେ ଦୁଷ୍‌କର୍ମ ମାମଲାରେ ତାଙ୍କୁ ଫସାଇବେ ବୋଲି ଧମକ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking