26.1 C
Bhubaneswar
Sunday, May 3, 2026
Homeଓଡିଶାଚଳନ୍ତା କାରରୁ ଯୁବକଙ୍କୁ ଅପହରଣ

ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ

କୋଣାର୍କ: ଚଳନ୍ତା କାରରୁ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ।  କୋଣାର୍କ – ଗୋପ ରାସ୍ତାର ବନାଖଣ୍ଡି  ପେଟ୍ରୋଲ ପମ୍ପ ନିକଟରେ  ଘଟିଛି ଘଟଣା ।  ମଙ୍ଗଳବାର   ଭୁବନେଶ୍ୱରରୁ ଜୟ ଚକ୍ରବର୍ତ୍ତୀ  ନାମକ ଜଣେ ଯୁବକ ନିଜ  ସାଙ୍ଗ ସହ ଏକ କାରରେ କୋଣାର୍କ  ବୁଲିବାକୁ ଆସିଥିଲେ ।  ତେବେ ଫେରିବା ସମୟରେ ବନାଖଣ୍ଡି  ଛକ ନିକଟରେ  ଥିବା  ପେଟ୍ରୋଲ ପମ୍ପରେ  ତେଲ ପକାଇଥିଲେ ।  ତାପରେ ମୁଖ୍ୟ ରାସ୍ତାକୁ ଆସିବା ସମୟରେ ପୂର୍ବରୁ ଏକ କାରରେ  ପିଛା କରୁଥିବା ଦୁଇ ଯୁବକ  ହଠାତ କାରଟିକୁ ଅଟକାଇ  ଜୟ ଚକ୍ରବର୍ତ୍ତୀଙ୍କୁ  କାର ଭିତରୁ ଜୋର ଜବରଦସ୍ତ ଉଠାଇ  ନେଇ  ନିଜ କାର ମଧ୍ୟରେ ପୂରାଇ ନେଇ ଦ୍ରୁତ ଗତିରେ  ଫେରାର ହୋଇ ଯାଇଥିଲେ । ଖବର ପାଇ ପୋଲିସ ଛାନଭିନ ଚଳାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking