ଭୁବନେଶ୍ଵର: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ଉପ ସଭାପତି ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ନିର୍ଦ୍ଦେଶ କ୍ରମେ ଯୁବ କଂଗ୍ରେସର ଏକ ପ୍ରତିନିଧି ଦଳ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ଯୁଗ୍ମ ସମ୍ପାଦକ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମାଞ୍ଚଳ ଗସ୍ତକରି ବାତ୍ୟା ” ୟଶ ” ଦ୍ବାରା କ୍ଷତିଗ୍ରସ୍ତ ଲୋକମାନଙ୍କ ସହ ଆଲୋଚନା କରି ଲୋକମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ ତା ସହ ଲୋକମାନେ ଯେଉଁ ଭଳି ଅସୁବିଧାରରେ ଦିନ କାଟୁଛନ୍ତି ତାହା ଦେଖି ଦୁଃଖ ପ୍ରକାଶ କରିଥିଲେ ଏବଂ ପ୍ରଶାସନ ସହ ଆଲୋଚନା କରି ଲୋକମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ.
ଏହି ଅବସରରେ ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ତରଫରୁ ଯୁବ କଂଗ୍ରେସ କର୍ମୀ ଶ୍ରୀ ରଣଜିତ୍ ସେନାପତି ,ଛାତ୍ର ନେତା ସାହାରୁଖ ଖାଁ ଙ୍କ ତତ୍ତ୍ଵାବଧାନରେ ବାତ୍ୟା ଓ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ରିଲିଫ ସାମଗ୍ରୀ (ଶୁଖିଲା ଖାଦ୍ୟ ଏବଂ ମାସ୍କ) ପ୍ରଦାନ କରାଯାଇଥିଲା ।।
ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ସହଯୋଗୀ ଛାତ୍ର ନେତା ସାଦ ସିଦ୍ଧିକିଙ୍କ ସମେତ ଭଦ୍ରକ ଜିଲ୍ଲାର ସଂଗ୍ରାମୀ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଗଣ ପ୍ରମୁଖ ଅଂଶ ଗ୍ରହଣ କରି ଲୋକମାନଙ୍କୁ ସମସ୍ତ ପ୍ରକାରର ସେବା ଯୋଗାଇଦେବା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲେ ।।