31.1 C
Bhubaneswar
Friday, March 29, 2024
Homeଅପରାଧଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଭଞ୍ଜନଗର : ଗାଁ ରାସ୍ତାରେ ଜଣେ ଯୁବକ ହୁତ୍ ହୁତ୍ ଜଳି ଦୌଡ଼ୁଥିଲେ। ପ୍ରାଣ ବିକଳରେ ଚିତ୍କାର କରିବା ସହ ଦେହରୁ ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ କରୁଥିଲେ। ଶୁକ୍ରବାର ଅପରାହ୍ଣରେ ହଠାତ୍ ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଗାଁ ଲୋକଙ୍କୁ ସ୍ତବ୍ଧ କରି ଦେଇଥିଲା। ସବୁ କିଛି ଦେଖି ମଧ୍ୟ କିଛି କରିପାରୁନଥିଲେ । ଘଟଣାଟି ଘଟିଛି, ଗଞ୍ଜାମ ଜିଲ୍ଲା ‌ଭଞ୍ଜନଗର ଥାନା ଅନ୍ତର୍ଗତ ଧୂମଛାଇ ଗ୍ରାମ ଛକରେ । ସାମାନ୍ୟ ବଚସାରୁ ଯୁବକଙ୍କୁ ଜିଅନ୍ତା ଜାଳି ଦେବା ପାଇଁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ। ଏଥିରେ ବେଲଗୁଣ୍ଠା ବ୍ଲକ ଧୂମଛାଇ ଗ୍ରାମର ଶତ୍ରୁଘ୍ନ ନାୟକଙ୍କ ପୁଅ ସନ୍ତୋଷ ନାୟକଙ୍କ ଶରୀର ୭୦ ଭାଗ ପୋଡ଼ି ଯାଇଛି। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜଣକୁ ଅଟକ ରଖି ପଚରାଉଚରା କରୁଛି। ‌ଘଟଣା ପରେ ଏଥିରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି। ତେବେ ‌ସନ୍ତୋଷଙ୍କୁ ଦୁଇ ଯୁବକ କାହିଁକି ଜିଅନ୍ତା ଜାଳି ହତ୍ୟା କରିବାକୁ ଉଦ୍ୟମ କଲେ ତାହାର ପ୍ରକୃତ୍ୟ ରହସ୍ୟ ବର୍ତମାନ ସୁଦ୍ଧା ମଧ୍ୟ ଜଣାପଡ଼ି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking