27.1 C
Bhubaneswar
Friday, October 18, 2024
Homeଅପରାଧଶ୍ମଶାନରୁ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଶ୍ମଶାନରୁ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଓ ହିଞ୍ଜିଳିକାଟୁ ଥାନା ଅଧୀନ ବୋରିଗାଁ ପଞ୍ଚାୟତ ମହୁଲପଲ୍ଲୀ ଗ୍ରାମ ଶ୍ମଶାନରୁ ଆଜି ଜଣେ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ଶବକୁ ଖୋଳି ବାହାର କରାଯାଇଛି। ମୃତକଙ୍କ ପରିଚୟ ଏଯାବତ୍ ମିଳିପାରି ନଥିବା ବେଳେ ହତ୍ୟା ପରେ ତାଙ୍କୁ ଏଠାରେ ପୋତାଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ ହେଉଛି। କେବଳ ଏତିକି ନ‌ୁହେଁ, ଶବ ଶୀଘ୍ର ମାଟିରେ ମିଶି ନଷ୍ଟ ହେବା ଲାଗି ଲୁଣ ମଧ୍ୟ ପକାଯାଇଛି। ଏହି ଘଟଣା ମହୁଲପଲ୍ଲୀ ଗ୍ରାମରେ ଆଲୋଡ଼ନ ସୃଷ୍ଟି କରିଛି।

ଆଜି ସକ‌ାଳେ ଗ୍ରାମର ଝୁନୁ ନାମକ ଜଣେ ମହିଳା ଶ୍ମଶାନ ଦେଇ ବିଲକୁ ଯାଉଥିଲେ। ଏହି ସମୟରେ ସମାଧି ପାଖରେ ଗାତ ଖୋଳାଯାଇ ତାଜା ମାଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଫଳରେ ସନ୍ଦେହ ହେବାରୁ ସେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଜଣାଇଥିଲେ। ହିଞ୍ଜିଳିକାଟୁ ଥାନାଧିକାରୀ ଅଭିମନ୍ୟୁ ଦାସ ସଦଳବଳେ ପହଞ୍ଚିବା ପରେ କୁକୁଡ଼ାଖଣ୍ଡି ଅତିରିକ୍ତ ତହସିଲଦାର ସ୍ବାଗତିକା ରଥ ଏବଂ ଆସିକା ଏସଡିପିଓ ଉମାଶଙ୍କର ସିଂହଙ୍କ ଉପସ୍ଥିତିରେ ମାଟିକୁ ଖୋଳାଯାଇଥିଲା। ଗାତରୁ ଜଣେ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ଶବ ମିଳିବା ସହ ତାଙ୍କ ଚେନ୍, ଚୁଟି ଓ ଲୁଣ ସେଠାରେ ପଡ଼ିଥିଲା। ମୃତକଙ୍କ ବୟସ ୧୮ରୁ ୨୦ ବର୍ଷ ବୟସ ଅନୁମାନ କରାଯାଉଛି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋତାଯାଇଥିବା ସନ୍ଦେହ ଜାତ ହୋଇଥିବା ବେଳ‌େ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking