କଳାହାଣ୍ଡି : ଭାଲୁ ଆକ୍ରମଣରେ ଯୁବକ ଗୁରୁତର। ଶୌଚ ହେବା ପାଇଁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି । ଏପରି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ସେକ୍ସନ ଅଞ୍ଚଳର ପଖାନ ଗ୍ରାମରେ ଘଟିଛି । ଯୁବକ ଜଣକ ଲକ୍ଷ୍ମଣ ନାଏକ ବୋଲି ପରିଚୟ ମିଳିଛି । ଲକ୍ଷ୍ମଣ ନାଏକ ସକାଳୁ ଶୌଚ ହେବା ପାଇଁ ଯାଇଥିବାବେଳେ ଭାଲୁ ଗାଁ ଭିତରକୁ ଆସିଥିଲା । ଫଳରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।