34.1 C
Bhubaneswar
Friday, March 29, 2024
Homeଅପରାଧଗଣଦୁଷ୍କର୍ମ ପରେ ପୀଡିତାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଗଣଦୁଷ୍କର୍ମ ପରେ ପୀଡିତାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଲକ୍ଷ୍ନୌ: ଗଣଦୁଷ୍କର୍ମ ପରେ ରାସ୍ତାରେ ନିବସ୍ତ୍ର ଦୌଡିଲେ ନାବାଳିକା । ଯାହାର ଦୃଶ୍ୟ ବିଚଳିତ କରିଦେବ । ଉତ୍ତରପ୍ରଦେଶ ମୁରାଦାବାଦରେ ଏହି ଲଜ୍ଜାଜନକ ଘଟଣା ପ୍ରକାଶ ପାଇଛି । ଏଠାରେ ଜଣେ ଦୁଷ୍କର୍ମ ପୀଡିତାଙ୍କ ଛାତି ଥରାଇବା ପରି ନଗ୍ନ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଗଣଦୁଷ୍କର୍ମର ଶିକାର ହେବା ପରେ ୧୫ ବର୍ଷୀୟା ନାବାଳିକା ଜଣକ ନିବସ୍ତ୍ର ଭାବେ ରାସ୍ତାରେ ଯାଉଥିବାର ଦୃଶ୍ୟ ଭିଡିଓରେ ଦେଖାଯାଇଛି । ଗଣଦୁଷ୍କର୍ମର ୨୦ ଦିନ ପରେ ପୀଡିତାଙ୍କ ଏହି ଉଲଘ୍ନ ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ତେବେ ଗ୍ରାମ ପ୍ରଧାନ ତାଙ୍କୁ ଏପରି ଉଲଗ୍ନ ଅବସ୍ଥାରେ ଘରକୁ ଯିବାକୁ ବାଧ୍ୟ କରିଥିବାର ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧ରେ ଏହି ପାଶବିକତା ଘଟିଥିଲା । ମୁରାଦାବାଦ ଭୋଜପୁର ଥାନା ଅଞ୍ଚଳରେ ୧୫ ବର୍ଷୀୟା ନାବାଳିକା ମେଳା ଦେଖି ଘରକୁ ଫେରୁଥିଲେ । ଏହି ସମୟରେ ପାଖ ଗାଁର ୫ ଜଣ ଯୁବକ ନୀତିନ, କପିଲ, ଅଜୟ, ନୌଶେ ଅଲ୍ଲି ଓ ଇମରାନ ଜୋର ଜବରଦସ୍ତ ତାଙ୍କୁ ଉଠାଇ ନେଇ ଏକ ଜଙ୍ଗଲକୁ ଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ପୀଡିତାଙ୍କ ପାଟି ଶୁଣି ପାଖ ଚାଷଜମିରେ କାମ କରୁଥିବା ଲୋକ ସେଠାକୁ ଧାଇଁ ଆସିବାରୁ ଅଭିଯୁକ୍ତ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ଏହି ସମୟରେ ଗ୍ରାମ ପ୍ରଧାନ ସେଠାରେ ପହଞ୍ଚି ଥିଲେ ଏବଂ ପୀଡିତାଙ୍କୁ ନିବସ୍ତ୍ର ଭାବେ ଘରକୁ ଯିବାକୁ ବାଧ୍ୟ କରିଥିଲେ । ଏହାପରେ ପୀଡିତା କାନ୍ଦି କାନ୍ଦି ସେପରି ଉଲଗ୍ନ ହୋଇ ଘରେ ପହଞ୍ଚିଥିଲେ । ଗତ ମଙ୍ଗଳବାର ଜଣେ ଯୁବତୀଙ୍କ ପୀଡିତାଙ୍କ ଏହି ନଗ୍ନ ଭିଡିଓ ଟ୍ୱିଟ୍ କରିଥିଲେ । ଯାହାକି ସଙ୍ଗେ ସଙ୍ଗେ ଖୁବ୍ ଭାଇରାଲ ହୋଇଯାଇଥିଲା । ରାତିରେ ପୀଡିତାଙ୍କ ପରିବାର ଲୋକେ ଥାନାରେ ପହଞ୍ଚି ଦୁଷ୍କର୍ମ ସମ୍ପର୍କରେ ଅଭିଯୋଗ କରିଥିଲେ । ଏହାକୁ ନେଇ ଏସପି କହିଛନ୍ତି, ଏହି ଘଟଣାରେ ଏଫଆଇଆର ରୁଜୁ ହୋଇଛି । ପୀଡିତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ଏହାସହିତ ଅଭିଯୋଗ ଆଧାରରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜାଖୋଜି କରାଯାଉଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking