30.1 C
Bhubaneswar
Sunday, March 23, 2025
Homeଦେଶ ବିଦେଶ୮ମ ଶ୍ରେଣୀ ଛାତ୍ରୀ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

୮ମ ଶ୍ରେଣୀ ଛାତ୍ରୀ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଳଜ୍ଜା । ଯାତ୍ରା ଦେଖି ଯାଇଥିବାବେଳେ ଜଣେ ୧୪ ବର୍ଷୀୟା ନାବାଳିକାକୁ ଗଣବଳାକ୍ରାର। ଏହି ମାମଲାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଆଜି ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯିବ । ଏହାପରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଆଇଆଇସି ସୁଜ୍ଞାନୀ ସାହୁ । ପୋଲିସ ସୂଚନା ମୁତାବକ ଗତ ଶନିବାର ରାତିରେ ଓଡ଼ିଆପେଣ୍ଠ ପଞ୍ଚାୟତର ବିରିଗୁଡ଼ା କଲୋନୀରେ ଅନୁଷ୍ଠିତ ହୋଇଥିଲା ବୁଢ଼ୀ ଠାକୁରାଣୀ ଯାତ୍ରା । ଯାତ୍ରା ଦେଖିବା ପାଇଁ ପର୍ଡ଼ିଗୁଡ଼ା ଅଞ୍ଚଳର ନାବାଳିକା ଜଣଙ୍କ ଗାଁର ଅନ୍ୟ କେତେଜଣଙ୍କ ସହ ସେଠାକୁ ଯାଇଥିଲେ ।

ବିଳମ୍ବିତ ରାତିରେ ଜଣେ ବନ୍ଧୁ ସହ କିଛି ଦୂରରେ କଥା ହେଉଥିବାବେଳେ ସେଠାରେ ପହଞ୍ଚିଥିଲେ ୪ ଜଣ ଯୁବକ । ପ୍ରଥମେ ତାଙ୍କ ବନ୍ଧୁଙ୍କୁ ମାଡ଼ ମଡ଼ମାରୀ ଘାଇଲା କରିଦେଇଥିଲେ ଅଭିଯୁକ୍ତ । ଏହାପରେ ପାଖରେ ଥିବା ଏକ ପାହାଡ଼କୁ ନାବାଳିକାଙ୍କୁ ଉଠେଇ ନେଇ ଗଣବଳାକ୍ରାର କରିଥିଲେ । ଭୋର ହେବା ଆଗରୁ ନାବାଳିକାକୁ ସେଠାରେ ଛାଡ଼ି ଚମ୍ପଟ ମାରିଥିଲେ ଅଭିଯୁକ୍ତ । ସୋମବାର ପୀଡ଼ିତା ଏ ନେଇ ଥାନାରେ ଏତଲା ଦେଇଥିଲେ । ଏହାପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ ଧରିବାରେ ସଫ ହୋଇଛି ପୋଲିସ । ସୂଚନା ଅନୁସାରେ ନାବାଳିକା ୮ମ ଶ୍ରେଣୀର ଛାତ୍ରୀ । ଅଟକ ଅଭିଯୁକ୍ତ ରାୟଗଡ଼ାର ତୁଳସୀ ଛପର ଅଞ୍ଚର । ବୁଢ଼ୀଖାଇ ଯାତ୍ରା ଦେଖିବାକୁ ଏମାନେ ଆସିଥିବାବେଳେ ଘଟଣା ସମୟରେ ମଦପିଇ ନିଶାଶକ୍ତ ଅବସ୍ଥାରେ ଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking