22.1 C
Bhubaneswar
Thursday, January 9, 2025
Homeକରୋନାଫ୍ଲାଇଟ ଭିତରେ ମାସ୍କ ନପିନ୍ଧିବା ପଡିବ ମହଙ୍ଗା

ଫ୍ଲାଇଟ ଭିତରେ ମାସ୍କ ନପିନ୍ଧିବା ପଡିବ ମହଙ୍ଗା

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଅନେକ ରାଜ୍ୟରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ଏମିତିରେ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି କରିସାରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏକ କଡା ନିଷ୍ପତ୍ତି ନେଇଛନ୍ତି । ନିୟମ ଅନୁସାରେ, ଯଦି ଆପଣ ଫ୍ଲାଇଟ ଭିତରେ ବିନା ମାସ୍କରେ ଧରାପଡନ୍ତି ତେବେ ଆପଣଙ୍କୁ ଓହ୍ଲାଇ ଦିଆଯିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏନେଇ ଗାଇଡଲାଇନ ଜାରି କରିଛନ୍ତି ।

ବେସାମରିକ ବିମାନ ଚଳାଚଳ-ଡିଜିସିଏ ନିର୍ଦ୍ଦେଶାଳୟ ଅନୁଯାୟୀ, ଯଦି ଆପଣ ବିମାନ ଭିତରେ ମାସ୍କ ପିନ୍ଧନ୍ତି ନାହିଁ ଏବଂ କରୋନାଭାଇରସ୍ ଏପିଡେମିକ୍ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ମଧ୍ୟ ଅନୁସରଣ କରନ୍ତି ନାହିଁ, ତେବେ ସେହି ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ । ବେସାମରିକ ବିମାନ ଚଳାଚଳ-ଡିଜିସିଏ ମହାନିର୍ଦ୍ଦେଶକ ଏହା ମଧ୍ୟ କହିଛନ୍ତି ଯେ ଏଥିସହ ଯଦି ଜଣେ ଯାତ୍ରୀ ବାରମ୍ବାର ଚେତାବନୀ ସତ୍ୱେ ପ୍ରୋଟୋକଲକୁ ଉଲ୍ଲଂଘନ କରନ୍ତି, ତେବେ ଯାତ୍ରୀଙ୍କୁ ଜଣେ ଅବାଧ ଯାତ୍ରୀ ଭାବରେ ବ୍ୟବହାର ଧରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking