29.4 C
Bhubaneswar
Saturday, May 4, 2024
Homeଓଡିଶାଶିକ୍ଷାବିତ ତଥା ଯୋଗୀ ଅଜୟ ମୁନି ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଶିକ୍ଷାବିତ ତଥା ଯୋଗୀ ଅଜୟ ମୁନି ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ମୟୂରଭଞ୍ଜ- ମୋରଡ଼ା ବ୍ଲକ ମାଳିହତା ଗ୍ରାମର ସମାଜସେବୀ,ଶିକ୍ଷାବିତ ତଥା ଶିବମୁନି ଶିକ୍ଷାନିକେତନ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଜୟ କୁମାର ମହାନ୍ତି ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି ।

ଅଜୟ ମହାନ୍ତି ଶିବମୁନିଜୀ ମହାରାଜା ଙ୍କ ମୁନି ସମାଜର ସଦସ୍ୟ ଥିବା ବେଳେ ତାଙ୍କ ନାମରେ ଶିବମୁନି ଶିକ୍ଷାନିକେତନ ଉଚ୍ଚ ବିଦ୍ୟାଳୟକୁ ୧୯୯୨ ମସିହାରେ ମାଳିହତା ଠାରେ ପ୍ରତିଷ୍ଠା କରିଥିଲେ ଏବଂ ଉକ୍ତ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରହି ଅବସର ଗ୍ରହଣ ମଧ୍ୟ କରିଥିଲେ। ବିଦ୍ୟାଳୟ ପରିସରରେ ଅନେକ ଔଷଧୀୟ ବୃକ୍ଷ ଲଗାଇ ଶ୍ରୀ ମହାନ୍ତି ୨୦୧୧ ମସିହାରେ ଓଡିଶା ସରକାରଙ୍କ ତରଫରୁ ପ୍ରକୃତିମିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ମୁନି ସମାଜର ହୋଇ ସେ ଜଗଦର୍ଶନ, ପ୍ରତ୍ୟେକ ଚେତନା,ଶିବ-ମୁଁ ମନ୍ତ୍ର ଦର୍ଶନ ସହିତ ଜ୍ଞାନଦୀପ ମାସିକିଆ ପତ୍ରିକାରେ ମଧ୍ୟ ଶ୍ରୀ ମହାନ୍ତି ଙ୍କ ଲେଖା ପ୍ରକାଶ ପାଉଥିଲା । ଅପରପକ୍ଷରେ ଶ୍ରୀ ମହାନ୍ତି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଆତ୍ମବିଦ୍ୟା ଆଲୋଚନା ଓ ବ୍ରହ୍ମଜ୍ଞାନ ଏବଂ ଆତ୍ମଜ୍ଞାନ ପୁସ୍ତକ ଲେଖିଥିଲେ । ତେବେ ଆଜି ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ,ପୂର୍ବତନ ବିଧାୟକ ପ୍ରାର୍ଥ କୃଷ୍ଣ ଚନ୍ଦ୍ର ମହାପାତ୍ର,ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ପ୍ରଦୀପ ମହାନ୍ତି, ପରେଶ ମହାନ୍ତ,ରାଜ୍ୟ କୃୃଷିନିିଗମ ଅଧ୍ୟକ୍ଷ ତଥା ବିଜେଡି ନେତା ଦେବାଶିଷ ମହାନ୍ତି, ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକଙ୍କ କୃଷ୍ଣଚନ୍ଦ୍ର ଦାସ,କଂଗ୍ରେସର ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଅଧ୍ୟକ୍ଷ ମିନକେତନ ବେହେରାଙ୍କ ସମେତ ଵହୁ ବୁଦ୍ଧିଜୀବୀ ଶିକ୍ଷକ ସମାଜ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ,ପରିବାର ବର୍ଗ ଉପସ୍ଥିତ ରହି ସର୍ଗତଃ ମହାନ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking