29.1 C
Bhubaneswar
Saturday, April 20, 2024
Homeଓଡିଶା୭୫ ତମ ଜନ୍ମଦିନ ପାଳନ ଅବସରରେ ମୋରଡ଼ା ବିଜେଡିର ୭୬ଇଉନିଟ ରକ୍ତଦାନ 

୭୫ ତମ ଜନ୍ମଦିନ ପାଳନ ଅବସରରେ ମୋରଡ଼ା ବିଜେଡିର ୭୬ଇଉନିଟ ରକ୍ତଦାନ 

*ମୁଖ୍ୟମନ୍ତ୍ରୀଙ୍କୁ ମୋରଡ଼ା ବିଧାୟକଙ୍କ ଅଭିନବ ଉପହାର*

ମୟୂରଭଞ୍ଜ- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାନତା ତାଙ୍କୁ ଆଜି ମହାନ କରିବା ସହିତ ସମଗ୍ର ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀର ସମ୍ମାନ ଦେଇଛି। ଆଜି ୭୫ବର୍ଷରେ ପଦାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ନେତୃତ୍ବରେ ମୋରଡ଼ା ବ୍ଲକ ଝିଙ୍କିରିଆର ବିଜେଡି ସଙ୍ଗଠନ ଅଭିନବ ପଦକ୍ଷେପ ନେଇଛି। ଏହି ଅବସରରେ ଆୟୋଜିତ ଜନ୍ମଦିନ ପାଳନ ଉପଲକ୍ଷେ ଝିଙ୍କିରିଆ ଗ୍ରାମରେ ଥିବା କଲ୍ୟାଣ ମଣ୍ଡପରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଦଳୀୟ କର୍ମୀମାନେ ସକ୍ରିୟ ଭୂମିକା ଗ୍ରହଣ କରି ସ୍ୱଇଚ୍ଛାରେ ୭୬ଇଉନିଟ ରକ୍ତଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ରାଜ୍ୟ ଦ୍ରୁତ ବିକାଶ ପଥରେ ଆଗେଇ ଚାଲିଛି। ସେହିପରି ବିଭିନ୍ନ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନେ ରକ୍ତ ଅଭାବରୁ ଜଟିଳ ପରିସ୍ଥିତି ସାମ୍ନା କରୁଥିଲେ। ଏହାର ସମାଧାନ ପ୍ରତି ଗୁରୁତ୍ୱପ୍ରଦାନ କରି ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆଜି ଲୋକଙ୍କ ପାଇଁ ବେଶ ସହାୟକ ହୋଇପାରିଛି। ତାଙ୍କ ଜନ୍ମଦିନ ଅବସରରେ ମୋରଡ଼ା ବିଜୁ ଜନତା ଦଳ ଦୀର୍ଘାୟୁ କାମନା କରିଛି। ଏହାସହ କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା, ସାବୁନରେ ହାତ ଧୋଇବାର ଆବଶ୍ୟକତା ନେଇ ଲୋକଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ବେଳେ ଝିଙ୍କିରିଆ ବାପି ମହାନ୍ତିଙ୍କ ନେତୃତ୍ୱରେ ସ୍ଥାନୀୟ ଦଳୀୟ କର୍ମୀମାନେ ପରିଚାଳନାରେ ସହଯୋଗ କରିଥିଲେ। ତେବେ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଅମର ସେଠୀ, ବ୍ଲକ ସଭାପତି, ଯୁବ ସଭାପତି, ବ୍ଲକ ସଭାନେତ୍ରୀ ବିଦ୍ୟୁତପ୍ରଭା ବେହେରା, ମୋରଡ଼ା ବ୍ଲକ କୋର୍ଡିନେଟର ରାଜକିଶୋର ଆଚାର୍ଯ୍ୟ, ବିଜନ ନାୟକ, ଜ୍ୟୋତି ବାରିକ, ନୀଳକଣ୍ଠ ମହାନ୍ତଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ରହିଥିଲେ। ତେବେ ବାରିପଦା ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀମାନଙ୍କ ସହଯୋଗରେ ଶିବିର ସଫଳ ହୋଇଥିବାରୁ ଆୟୋଜକଙ୍କ ତରଫରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking