29.1 C
Bhubaneswar
Saturday, July 27, 2024
Homeଖେଳଡବ୍‌ଲ୍ୟୁପିଏଲ୍‌-୨: କ୍ଲିଙ୍ଗର୍ ଗୁଜରାଟ ଜାଏଣ୍ଟ୍‌ସ ମୁଖ୍ୟ କୋଚ୍

ଡବ୍‌ଲ୍ୟୁପିଏଲ୍‌-୨: କ୍ଲିଙ୍ଗର୍ ଗୁଜରାଟ ଜାଏଣ୍ଟ୍‌ସ ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟର୍ ମାଇକେଲ୍ କ୍ଲିଙ୍ଗ୍‌ର ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍‌) ୨୦୨୪ ପୂର୍ବରୁ ଗୁଜରାଟ ଜାଏଣ୍ଟ୍‌ସର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ସେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟର୍ ରାଚେଲ୍ ହେନ୍ସଙ୍କ ସ୍ଥାନ ନେବେ । କ୍ଲିଙ୍ଗର୍ ବୋଲିଂ କୋଚ୍ ନୁଶିନ୍ ଅଲ୍ ଖାଦିର ଓ ପରାମର୍ଶଦାତା ମିତାଲି ରାଜ୍‌ଙ୍କ ସହ କାମ କରିବେ । କ୍ଲିଙ୍ଗର୍‌ଙ୍କ ନିଯୁକ୍ତ ସମ୍ପର୍କରେ ସୂଚନା ଦେଇ ମିତାଲି ରାଜ କହିଛନ୍ତି, କ୍ଲିଙ୍ଗର୍‌ଙ୍କ ଟିମ୍‌ରେ ଯୋଗଦାନ ଖେଳାଳିଙ୍କୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସହାୟତା ହେବ । ମାଇକେଲ୍ କ୍ଲିଙ୍ଗର୍‌ଙ୍କ ଅନୁଭବର ଲାଭ ଟିମ୍‌ର ଟିମ୍ ଖେଳାଳିଙ୍କୁ ମିଳିବ । ଅବସର ପରେ କ୍ଲିଙ୍ଗର୍ ୨୦୧୯-୨୦ ଦୁଇଟି ସିଜନ୍ ପାଇଁ ବିବିଏଲ୍‌ରେ ମେଲ୍‌ବର୍ଣ୍ଣ ରେନେଗେଡ୍‌ସର ମୁଖ୍ୟ କୋଚ୍ ରହିଥିଲେ । ସେହିପରି ଚଳିତ ସିଜନ୍‌ରେ ସେ ମହିଳା ବିବିଏଲ୍‌ରେ ସିଡ୍‌ନୀ ଥଣ୍ଡର୍‌ର ସହାୟକ କୋଚ୍ ଥିଲେ । ସିଡ୍‌ନୀ ଥଣ୍ଡର୍ ଚଳିତ ସିଜନ୍‌ରେ ୪ର୍ଥ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking