29.1 C
Bhubaneswar
Saturday, July 27, 2024
Homeଖେଳବୟସ ବର୍ଗ ଜାତୀୟ କୁସ୍ତି ଚାମ୍ପିଅନ୍‌ଶିପ୍ ଘୁଞ୍ଚିଲା; ୨୮ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ପତିଆଲାରେ ହେବ

ବୟସ ବର୍ଗ ଜାତୀୟ କୁସ୍ତି ଚାମ୍ପିଅନ୍‌ଶିପ୍ ଘୁଞ୍ଚିଲା; ୨୮ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ପତିଆଲାରେ ହେବ

ନୂଆଦିଲ୍ଲୀ:  ଆସନ୍ତା ସପ୍ତାହରେ ଗ୍ୱାଲିୟର୍‌ରେ ହେବାକୁ ଥିବା ୧୫ ଏବଂ ୨୦ ବର୍ଷରୁ କମ୍ ଜାତୀୟ କୁସ୍ତି ଚାମ୍ପିଅନ୍‌ଶିପ୍‌ର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ଏବେ ଏହା ଫେବୃଆରୀ ୨୮ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ପତିଆଲାରେ ଆୟୋଜିତ ହେବ ବୋଲି ଜାତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫ୍‌ଆଇ) ଦାୟିତ୍ୱରେ ଥିବା ଆଡ୍‌-ହକ୍ କମିଟି ଗୁରୁବାର ଘୋଷଣା କରିଛି । ଏତେ କମ୍ ସମୟ ମଧ୍ୟରେ ଟୁର୍ଣ୍ଣାମେଣ୍ଟ୍‌ରେ ଭାଗନେବାକୁ କେତେକ ରାଜ୍ୟ ସଂଘ ସେମାନଙ୍କ ଅକ୍ଷମତା ଜଣାଇବା ପରେ କମିଟି ପୂର୍ବ ନିର୍ଦ୍ଧାରିତ ଚାମ୍ପିଅନ୍‌ଶିପକୁ ସ୍ଥଗିତ ରଖିଛି । ୨୦ ଏବଂ ୧୫ ବର୍ଷରୁ କମ୍ ଫ୍ରିଷ୍ଟାଇଲ୍‌, ଗ୍ରୀକୋ ରୋମାନ୍ ଏବଂ ମହିଳା ଜାତୀୟ କୁସ୍ତି ଚାମ୍ପିଅନ୍‌ଶିପ୍ ୨୦୨୩ ଗ୍ୱାଲିୟର୍‌ର ଲକ୍ଷ୍ମୀବାଇ ନାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ଏଜୁକେସନ୍‌ରେ ଫେବୃଆରୀ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ପୁନଃନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପତିଆଲାର ନେଜାତୀ ସୁଭାଷ ନାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସରେ ଫେବୃଆରୀ ୨୮ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାମ୍ପିଅନ୍‌ଶିପ୍ ହେବ ବୋଲି ଆଡ୍‌-ହକ୍ କମିଟି ଅଧ୍ୟକ୍ଷ ଭୂପେନ୍ଦର ସିଂହ ବାଜ୍‌ୱା କହିଛନ୍ତି । ଚାମ୍ପିଅନ୍‌ଶିପ୍ ୧୬ରୁ ୨୦ ରାଜ୍ୟର ପ୍ରାୟ ୧୨୦୦ରୁ ୧୪୦୦ ଆଥ୍‌ଲେଟ୍ ଭାଗନେବେ ବୋଲି ବାଜ୍‌ୱା ସୂଚନା ଦେଇଛନ୍ତି । ଆଡ୍‌-ହକ୍ କମିଟି ରାଜସ୍ଥାନର ଜୟପୁରରେ ଗତ ସପ୍ତାହ ଜାତୀୟ ସିନିୟର୍ କୁସ୍ତି ଚାମ୍ପିଅନ୍‌ଶିପ୍ ଆୟୋଜିତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking