ସୁନ୍ଦରଗଡ଼: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡରେ ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ରୋଗୀ । ଆଜି ପୁଣି ୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇଲେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି ।
ଗତକାଲି ୩୭ଟି ନମୂନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭ ଜଣ ପଜେଟିଭ ଚିହ୍ନଟ ହୋଇଥିଲେ । ତେବେ ସୁନ୍ଦରଗଡ ନୁହେଁ, ବରଗଡରେ ମଧ୍ୟ ଏହି ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗ ବିଷୟରେ ଅନୁସନ୍ଧାନ କରିବା ପାଇଁ ଦୁଇ ଜିଲ୍ଲାକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ପଠାଯାଇଛି ।