ଭବାନୀପାଟଣା : ଆଜି ଭବାନୀପାଟଣା ପୌରପାଳିକା ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଭବାନୀପାଟଣା ପୌରପାଳିକା କାର୍ଯାଳୟ ଠାରୁ ଆରମ୍ଭ ହୋଇ ଭବାନୀ ସିନେମା ହଲ ପର୍ଯ୍ୟନ୍ତ କରାଯାଇଥିଲା I ଉକ୍ତ ଶୋଭାଯାତ୍ରାରେ ନଗରପାଳ ଶ୍ରୀମତୀ ସଂଯୁକ୍ତା ବେହେରା , ଉପ-ନଗରପାଳ ଶ୍ରୀଯୁକ୍ତ ବିଷ୍ଣ ପ୍ରଧାନ, ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଚିନ୍ମୟ କୁମାର ନାୟକ , ୱାର୍ଡ ନଂ.୮ କାଉନସିଲର ଶ୍ରୀମତୀ ଜୟଶ୍ରୀ ଅଗ୍ରୱାଲ , ୱାର୍ଡ ନଂ.୧୩ କାଉନସିଲର ଶ୍ରୀମତୀ ହାରାମଣି ଗଣ୍ଡ ,ୱାର୍ଡ ନଂ.୧୭ କାଉନସିଲର ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ନାଏକ ,ୱାର୍ଡ ନଂ.୧୮ କାଉନସିଲର ଶ୍ରୀଯୁକ୍ତ ସଚିନ ନାଏକ , କର୍ମଚାରୀ , ସ୍ୱଚ୍ଛସାଥି , ସ୍ୱଚ୍ଛ ସୁପରଭାଇଜର , ସ୍ୱୟଂ ସହାୟିକା ଗୋଷ୍ଠୀ , ସଫେଇ କର୍ମଚାରୀ ଇତ୍ୟାଦି ଯୋଗ ଦେଇଥିଲେ I ଭବାନୀ ସିନେମା ହଲ ଠାରେ ଏକ RRR Stall ( Recycle Reduce Reuse Stall ) ନଗରପାଳ ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା I ଉକ୍ତ Stall ରେ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ ନିଜ ପାଖରେ ଥିଲେ ଦାନ କରି ଅଭାବୀମାନଙ୍କ ଚାହିଦା ପୁରାଣ କରିବା ପାଇଁ ନଗରପାଳ ଆହ୍ୱାନ ଦେଇଥିଲେ, ଏତଦ ବ୍ୟତୀତ ଏକ ” ମୋ ଖତ” ଜୈବିକ ସାର ବିକ୍ରୟ କେନ୍ଦ୍ର ମଧ୍ୟ ଉଦଘାଟିତ ହୋଇଥିଲା I ଟାଉନ ହଲ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଠି ସଫେଇ କର୍ମଚାରୀ ମାନଙ୍କୁ ଗାରିମା ଯୋଜନା ମାଧ୍ୟମରେ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା I ଏହି ଅବସରରେ ପରିବେଶକୁ ସୁରକ୍ଷିତ ରଖିବା ସମ୍ବନ୍ଧରେ ଏବଂ ଗାରିମା ଯୋଜନା ଗୁଡିକ ସମ୍ବନ୍ଧରେ ମଞ୍ଚାସୀନ ଅତିଥିଗଣ ଆଲୋକପାତ କରିଥିଲେ I ଶ୍ରୀଯୁକ୍ତ ତପନ କୁମାର ନାୟକ , ପରିମଳ ବିଶେଷଜ୍ଞ ଏବଂ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ନାୟକ , CMMU କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I