29.1 C
Bhubaneswar
Saturday, September 7, 2024
Homeଆଇସିସି ଟି-୨୦ ବିଶ୍ୱକପ୍ -୨୦୨୪ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚ୍ କାର୍ଯ୍ୟସୂଚୀ ଜାରୀ; ଜୁନ୍ ୧ରେ ବାଂଲାଦେଶକୁ ଭେଟିବ ଭାରତ

ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚ୍ କାର୍ଯ୍ୟସୂଚୀ ଜାରୀ; ଜୁନ୍ ୧ରେ ବାଂଲାଦେଶକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍‌ସିଲ୍ (ଆଇସିସି) ଟି-୨୦ ବିଶ୍ୱକପ୍‌ର ୱାର୍ମଅପ୍ ମ୍ୟାଚ୍ କାର୍ଯ୍ୟସୂଚୀ ଜାରି କରିଛି । ଆଗାମୀ ମାସରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ଟିମ୍ ଇଣ୍ଡିଆ କେବଳ ଗୋଟିଏ ୱାର୍ମଅପ୍ ମ୍ୟାଚ୍ ଖେଳିବ । ବାଂଲାଦେଶ ବିପକ୍ଷରେ ଏହି ମ୍ୟାଚ୍ ଆମେରିକାରେ ହେବ । କାର୍ଯ୍ୟସୂଚୀ ଅନୁସାରେ ୧୬ ୱାର୍ମଅପ୍ ମ୍ୟାଚ୍ ମେ ୨୭ରୁ ଜୁନ୍ ୧ ତାରିଖ ମଧ୍ୟରେ ଆମେରିକା ଓ ୱେଷ୍ଟ୍‌ଇଣ୍ଡିଜ୍‌ର ତ୍ରିନିଦାଦ୍ ଆଣ୍ଡ୍ ଟୋବାଗୋରେ ଆୟୋଜିତ ହେବ । ମେଗା ଇଭେଣ୍ଟ୍‌ରେ ଭାଗ ନେବାକୁ ଥିବା ୨୦ ଟିମ୍ ମଧ୍ୟରୁ କେବଳ ୧୭ଟି ୱାର୍ମଅପ୍ ମ୍ୟାଚ୍‌ରେ ଭାଗନେବେ । ପାକିସ୍ତାନ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍ ୱାର୍ମଅପ୍ ମ୍ୟାଚ୍ ଖେଳିବେ ନାହିଁ ।
ଏହି ପ୍ରାକ୍ଟିସ୍ ମ୍ୟାଚ୍ ୨୦ ଓଭର୍ ବିଶିଷ୍ଟ ହେବ ଏବଂ ଏହାକୁ ଅନ୍ତର୍ଜାତୀୟ ଟି-୨୦ର ମାନ୍ୟତା ମିଳିବ ନାହିଁ । ଫଳରେ ଟିମ୍‌ଗୁଡ଼ିକ ସ୍କ୍ୱାଡ୍‌ରେ ସାମିଲ ସମସ୍ତ ୧୫ ଖେଳାଳିଙ୍କୁ ପଡ଼ିଆରେ ଓହ୍ଲାଇ ପାରିବେ । ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଦୁଇଟି ବ୍ୟାଚ୍‌ରେ ଯାତ୍ରା କରିବ । ଟିମ୍‌ର ଯାତ୍ରାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଆଇପିଏଲ୍ ଲିଗ୍ ପର୍ଯ୍ୟାୟ ଶେଷ ହେବାର ତୁରନ୍ତ ପରେ ଟିମ୍ ଇଣ୍ଡିଆର ପ୍ରଥମ ବ୍ୟାଚ୍ ମେ ୨୧ରେ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିବାର ଥିଲା । କିନ୍ତୁ ଏବେ ଜଣାପଡ଼ିଛି ଟିମ୍ ଦୁଇଟି ବ୍ୟାଚ୍‌ରେ ମେ ୨୫ ଓ ୨୬ ତାରିଖରେ ଯାତ୍ରା କରିବ । ମେ ୨୬ରେ ହେବାକୁ ଥିବା ଆଇପିଏଲ୍ ଫାଇନାଲ୍‌ରେ ଭାଗ ନେବାକୁ ଥିବା ଖେଳାଳି ପରବର୍ତ୍ତୀ ତାରିଖରେ ଯାତ୍ରା କରିବେ । ଟିମ୍ ଇଣ୍ଡିଆ ଜୁନ୍ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହାପରେ ୯ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ତୃତୀୟ ମ୍ୟାଚ୍ ଜୁନ୍ ୧୨ରେ ଆମେରିକା ଏବଂ ଚତୁର୍ଥ ମ୍ୟାଚ୍ ୧୫ରେ କାନାଡା ବିପକ୍ଷରେ ଖେଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking