29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବିଶ୍ୱକପ୍‌‌ ୱାର୍ମ-ଅପ୍‌ ମ୍ୟାଚ୍‌: ଇଂଲଣ୍ଡ୍‌ ବିପକ୍ଷରେ ଟସ୍‌ ଜିତି ବ୍ୟାଟିଙ୍ଗ୍‌ କରିବାକୁ ଭାରତର ନିଷ୍ପତ୍ତି

ବିଶ୍ୱକପ୍‌‌ ୱାର୍ମ-ଅପ୍‌ ମ୍ୟାଚ୍‌: ଇଂଲଣ୍ଡ୍‌ ବିପକ୍ଷରେ ଟସ୍‌ ଜିତି ବ୍ୟାଟିଙ୍ଗ୍‌ କରିବାକୁ ଭାରତର ନିଷ୍ପତ୍ତି

ଗୁଆହାଟୀ: ଆଉ ୫ ଦିନପରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌‌ର ଅଭ୍ୟାସ ମ୍ୟାଚ୍‌‌ ଖେଳାଯିବା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଆୟୋଜକ ଭାରତ ଆଜି ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍‌‌ରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ଭେଟୁଛି । ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ ରାଜଧାନୀ ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଭାରତ ଟସ୍‌ ଜିତି ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଗୁଆହାଟୀରେ ବର୍ଷା ହେଉଥିବା କାରଣରୁ ମ୍ୟାଚ କିଛି ସମୟ ଡେରିରେ ଆରମ୍ଭ ହେବ।

ଭାରତ ତା’ର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌‌ରେ ଥିରୁଅନନ୍ତପୁରମରେ ଆସନ୍ତା ୩ ତାରିଖରେ ନେଦରଲାଣ୍ଡସକୁ ଭେଟିବ। ଏହା ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌‌ ଖେଳି ଭାରତ ଅଭିଯାନ ଆରମ୍ଭ କରିବ। ଯୁବ ଓପନର ଶୁବମାନ ଗିଲ, ଇଶାନ କିଶାନ, ଅକ୍ଷର ପଟେଲଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଥିବା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଗୁରୁବାର ଅଭ୍ୟାସ କରିଥିଲେ। ଭାରତ ଏସିଆ କପ୍‌‌ ଓ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଛି। ଅଭ୍ୟାସ ମ୍ୟାଚ୍‌‌ରେ ଦଳଗୁଡିକ ସେମାନଙ୍କର ୧୫ଜଣ ଖେଳାଳିଙ୍କୁ ଖେଳାଇପାରିବେ। ତେଣୁ ଏହି ମ୍ୟାଚ୍‌‌ରେ ଉଭୟ ଦଳ ଅଦଳବଦଳ କରିବା ସହ କେତୋଟି ପରୀକ୍ଷା ନିରୀକ୍ଷା କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking