17.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଦୁନିଆର ସବୁଠୁ ଦାମୀ ହ୍ୱିସ୍କି, ମୂଲ୍ୟ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆର ସବୁଠୁ ଦାମୀ ହ୍ୱିସ୍କି, ମୂଲ୍ୟ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସିଙ୍ଗଲ ମଲ୍ଟ ହ୍ୱିସ୍କିକୁ ଦୁନିଆର ସବୁଠୁ ମହଙ୍ଗା ହ୍ୱିସ୍କି ମଧ୍ୟରେ ଗଣାଯାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଅନେକ ସମୟ ଲାଗେ । ଏହା ହିଁ ଏକ ବଡ କାରଣ ଯେ, ସିଙ୍ଗଲ ମଲ୍ଟ ହ୍ୱିସ୍କିକୁ ଦୁନିଆରେ ସମସ୍ତେ ପସନ୍ଦ କରନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଆମେ  ଏମିତି ଏକ ହ୍ୱିସ୍କି ବିଷୟରେ ଜାଣିବା । ସମଗ୍ର ବିଶ୍ୱରେ ଏହାର ଅନେକ ପ୍ରକାର ଉପଲବ୍ଧ ରହିଛି । ଯାହାକୁ ଲୋକେ ପସନ୍ଦ କରନ୍ତି । ଏହି ଭେରାଇଟିଜିର ଦାମ ବି ଅଲଗା ହୋଇଥାଏ । ଏହି ହ୍ୱିସ୍କିର ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସିଙ୍ଗଲ ମଲ୍ଟର ଗୋଟିଏ ବୋତଲର ଦାମ ଏତେ ଯେ, ସେଥିରେ ଆପଣ ଲକ୍ଷ ଲକ୍ଷ ଟଙ୍କାର ଘର କିଣିପାରିବେ । ଏହାକୁ ବନାଇବା ପାଇଁ ଜୌ ର ବ୍ୟବହାର କରାଯାଏ । ସିଙ୍ଗଲ ମଲ୍ଟ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଜୌ କୁ ମାଟି ପାଣିରେ ମିଶ୍ରଣ କରାଯାଏ । ଏହାପରେ ତାକୁ ୬୪ ସେଣ୍ଟିଗ୍ରେଟ ତାପମାତ୍ରାରେ ଗରମ କରାଯାଏ । ଏହାକୁ ପ୍ରସ୍ତୁତ କରିବା ଏତେ ସହଜ କାମ ନୁହେଁ । ଜୌ କୁ ପାଣିରେ ମିଶ୍ରଣ କରିବା ପରେ ଏହାକୁ ଏତମାତ୍ରାରେ ଗରମ କରାଯାଏ, ଯେ ପର୍ଯ୍ୟନ୍ତ ଏହା ଚିନିରେ ପରିବର୍ତନ ନହୋଇଛି । ମିଠା ଲିକ୍ୱିଡରେ ପରିଣତ ହୋଇଥିବା ବୋର୍ଟକୁ ପରେ ଥଣ୍ଡା କରାଯାଏ । ଏହାପରେ ୱାସ ବକ୍ସରେ ପକାଯାଏ । ପରେ ଡିଷ୍ଟିଲେସନ ପାଇଁ କପର ୱାସ ଷ୍ଟିଲରେ ଗରମ କରାଯାଏ । ପରେ ପୁଣଇ ତାକୁ ସ୍ପିରିଟ ଷ୍ଟିଲରେ ଗରମ କରାଯାଏ । ସିଙ୍ଗଲ ମଲ୍ଟ ହ୍ୱିସ୍କି ବନାଇବା ପାଇଁ ଅନେକ ବର୍ଷର ପରିଶ୍ରମ ଲାଗେ । ଯଦି ଆମେ ଏହାର ମୂଲ୍ୟ ଉପରେ କହିବା, ତେବେ ପ୍ରାୟ ୩୦ ହଜାର ଆମେରିକି ଡଲାର ପର୍ଯ୍ୟନ୍ତ ଏହା ଦାମ ହୋଇପାରେ । କିଛି ସମୟ ପୂର୍ବରୁ ସିଙ୍ଗଲ ମଲ୍ଟ ମ୍ୟାକଲନ ୧୯୨୬ର ଗୋଟିଏ ବୋତଲ ୧.୦୫ ମିଲିୟନ ଡଲାରରେ ବିକ୍ରି ହୋଇଥିଲା ।  ଏହି ହ୍ୱିସ୍କି ପ୍ରାୟ ୩୦ ବର୍ଷ ପୁରୁଣା । ଏଥିପାଇଁ ୩୦ରୁ ୪୦ ପ୍ରତିଶତ ଆଲକୋହଲ ଏହା ମଧ୍ୟରେ ବାଷ୍ପୀଭୂତ ହୋଇଯାଏ । ହ୍ୱିସ୍କି ଯେତିକି ପୁରୁଣା ହୋଇଥାଏ, ତାର ଦାମ ସେତିକି ଅଧିକ ରହିଥାଏ । ତାର ଆଂଜଲସ ସେୟାର ପାଇଁ ଏମିତି ହୋଇଥାଏ । ଆଂଜଲସ ସେୟାର ଲିକ୍ୱିଡର ସେହି ପ୍ରାକୃତିକ ବାଷ୍ପୀକରଣ ହୋଇଥାଏ, ଯାହା ସମୟ ସହିତ ପରିବେଶରେ  ତରଳି ଯାଏ । ଏହା ମଧ୍ୟ ଗୋଟିଏ ବଡ କାରଣ ଯେ, ଯେଉଁଥିପାଇଁ ସିଙ୍ଗଲ ମଲ୍ଟ ହ୍ୱିସ୍କି ର ଦାମ ଅଧିକ ରହିଥାଏ । ଏହି ହ୍ୱିସ୍କିର ଆଂଜଲ୍ସ ସେୟାର ହିଁ ତାକୁ ଖାସ ବନାଇଥାଏ । ଆମେ ଯଦି ସ୍କଟଲାଣ୍ଡ କଥା କହିବା, ତେବେ ସେଠାରେ ଅଧିକ ଥଣ୍ଡା ହୋଇଥାଏ । ସେଠାରେ ବାଷ୍ପୀକରଣ ହାର ଧୀମା ରହିଥାଏ । ଏଥିପାଇଁ ସ୍କଟଲାଣ୍ଡରେ ହ୍ୱିସ୍କିକୁ ୬୦ ବର୍ଷ ପର୍ଯ୍ୟନ୍ତ ରଖାଯାଏ । ଯେଉଁଥିପାଇଁ ତାର ଆଂଜଲସ ସେୟାର କମ ହୋଇଥାଏ । ଫଳସ୍ୱରୂପ ଅନେକ ବର୍ଷ ପରେ ପ୍ରଡକ୍ଟ ଉନ୍ନତ ହୋଇ ଆସିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking