26.1 C
Bhubaneswar
Friday, September 20, 2024
Homeଓଡିଶାଜମିଜମା ବିବାଦକୁ ନେଇ ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ଜମିଜମା ବିବାଦକୁ ନେଇ ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ରାୟଗଡା : ଜମିଜମା ବିବାଦକୁ ନେଇ ରାୟଗଡା ତହସିଲଦାରଙ୍କ ସମ୍ମୁଖରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ପୁଲିସ ଅଟକାଇଦେଇଛି । ଏଭଳି ଘଟଣା ଘଟିଛି ରାୟଗଡା ତହସିଲ ଚାନ୍ଦିଲି ଥାନା ଅନ୍ତର୍ଗତ ଟାମ୍ପରଗୁଡା ଗ୍ରାମରେ । ଜମି ଉତ୍ତରାଧିକାରୀ ପାଡି ଭବାନୀ ନାମକ ଜଣେ ମହିଳା ଆଜି ତହସିଲଦାର ତାପସ ରାଉତ ଓ ସ୍ଥାନୀୟ ଆଇଆଇସି ବିଜୟଲକ୍ଷ୍ମୀ ହିକ୍‌କାଙ୍କ ସମ୍ମୁଖରେ ଡିଜେଲ ଢାଳି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପୁଲିସ ଭବାନୀଙ୍କୁ କାବୁ କରି ନେଇ ହାତରୁ ଦିଆସିଲି କାଢି ନେଇଥିଲେ । ଅମଲାଭଟ୍ଟା ମୌଜାର ଖାତା ନମ୍ବର ୨୬/୩୦୭, ପ୍ଳଟ ନମ୍ବର ୧୫୪ ପ୍ରକାରେ ୪ ଏକର ୭୫ସେଣ୍ଟ ଚାଷ ଜମି ଭବାନୀଙ୍କ ଜେଜେବାପା ସ୍ୱର୍ଗତଃ ପାଡି ରାମାରାଓ ନାମରେ ରହିଛି । ଜେଜେଙ୍କ ମୃତ ଓ ପରେ ବାପା ଓ ଦାଦାଙ୍କ ମଧ୍ୟ ମୃତ ହୋଇଥିବା ବେଳେ ବିଧବା ମା ଓ ସଂର୍ପକୀୟଙ୍କ ସହ ଉତ୍ତରାଧିକାରୀ ଭାବେ ଜମିର ରକ୍ଷାଣବେକ୍ଷଣ କରି ଆସୁଥିଲେ । ବର୍ଷ ବର୍ଷ ଧରି ଜମି ଟିକସ ମଧ୍ୟ ପୈଠ କରି ଆସୁଛନ୍ତି ।

ତେବେ ତାଙ୍କ ଜମି ଉପରେ ଦୁବୁଡା ଶ୍ରୀନୁ ନାମକ ଜଣେ ବ୍ୟକ୍ତି ସେହି ଜମିର ପଟ୍ଟା ଦେଖାଇ କବ୍‌ଜା କରିବାକୁ ଚାହିଁଥିବା ବେଳେ ଗତ ଡିସେମ୍ବରରେ ଜମି ବିବାଦକୁ ନେଇ ଶ୍ରୀନୁ ନାମରେ ଚାନ୍ଦିଲି ଥାନାରେ ଏତଲା ଦେଇଥିଲେ ଭବାନୀ । ୪.୭୫ ଏକର ଜମି ନିଜ ଜେଜେବାପା ନାମରେ ଥିବାବେଳେ ସରକାରୀ ଦସ୍ତାବିଜରେ ପାଡି ରାମାରାଓଙ୍କ ନାମରେ କେବଳ ୧.୯୦ଏକର ଜମିକୁ ଛାଡି ବଳକା ଜମିରେ ୧୪୪ଧାରା ଲାଗୁ କରି ନାଲି ଫିତା ଲଗାଇବା ପାଇଁ ରାୟଗଡା ଉପଜିଲ୍ଳାପାଳଙ୍କ ନିର୍ଦ୍ଦେଶ ରହିଥିଲା । ଘଟଣାସ୍ଥଳରେ ରାୟଗଡା ତହସିଲଦାର, ଚାନ୍ଦିଲି ଥାନା ଅଧିକାରୀ ଓ ପୁଲିସ ଫୋର୍ସ ମୁତୟନ ହୋଇ ୧୪୪ଧାରା ଜାରି କରିବାକୁ ପ୍ରସ୍ତୁତ ହେବା ବେଳେ ଗ୍ରାମବାସୀଙ୍କ ବିରୋଧ ଓ ଉତ୍ତାରାଧିକାରୀ ଭବାନୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ଦୃଷ୍ଟିରେ ରଖି ପ୍ରଶାସନ ଅଧିକାରୀମାନେ ଫେରିଆସିଥିଲେ । ବିନା ନୋଟିସରେ ସରକାରୀ ଅଧିକାରୀମାନେ ଆସି ଆମ ଜମି ଛଡେଇବାକୁ ଚେଷ୍ଟା କରୁଛନ୍ତି ତାହା ଆମେ କରିବାକୁ ଦେବୁ ନାହିଁ ବୋଲି ଭବାନୀ ପ୍ରକାଶ କରିଥିବା ବେଳେ ଗ୍ରାମବାସୀ ଓ ସରପଞ୍ଚ ମଧ୍ୟ ଭବାନୀ ଘର ପରିବାରଙ୍କ ସମର୍ଥନରେ ରହିଛୁ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking