24.1 C
Bhubaneswar
Tuesday, February 18, 2025
Homeଓଡିଶାସ୍ତ୍ରୀର ମାନ୍ୟତା ଦାବିରେ ମହିଳାଙ୍କ ଧାରଣା ଜାରି

ସ୍ତ୍ରୀର ମାନ୍ୟତା ଦାବିରେ ମହିଳାଙ୍କ ଧାରଣା ଜାରି

ବ୍ରହ୍ମପୁର: ଦୀର୍ଘ ୧୭ ଦିନ ହେବେ ସ୍ତ୍ରୀଙ୍କ ମାନ୍ୟତା ସହ ନିଜ ଶିଶୁର ବାପାର ପରିଚୟ ନିମନ୍ତେ ଦିବାରାତ୍ର ଦେଶୀବେହେରା ସାହିରେ ଧାରଣା ଦେଇଥିବା ଦୀପିକା ଆଜି ୩ ଘଣ୍ଟା ଧରି ଧାରଣା ସ୍ଥଳ ଛାଡ଼ିଥିଲେ । ତାଙ୍କ ୧୯ ମାସର ପୁଅକୁ ଭିଷଣ ଜ୍ୱର ହୋଇଥିବାରୁ ସେ ତାଙ୍କୁ ନେଇ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯାଇଥିଲେ । ସେଠାରେ ସେ ତାଙ୍କ ପୁଅକୁ ଚିକିତ୍ସା କରାଇଥିବା ବେଳେ ବର୍ତ୍ତମାନ ତାଙ୍କ ପୁଅ ସୁସ୍ଥ ଅଛନ୍ତି ବୋଲି ଦୀପିକା କହିଛନ୍ତି । ଦୀର୍ଘ ସମୟ ଧରି ମା’ଙ୍କୁ ପୁଅ ଦେଖି ପାରୁନଥିବା ବେଳେ ଦିନକୁ ଦିନ ତାର ଦେହ ଅସୁସ୍ଥ ହେବାରେ ଲାଗିଛି । ଏହା ସହ ତାଙ୍କୁ ପୁଅଙ୍କୁ ଗତ ୩ ଦିନ ହେବ ଜ୍ୱର ଲାଗି ରହିଥିବା ବେଳେ ଆଜି ହଠାତ୍ ସେ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାର ଖବର ପାଇ ଦୀପିକା ତାଙ୍କ ମା’ଙ୍କ ଘରକୁ ଯାଇ ତାଙ୍କ ପୁଅକୁ ତୁରନ୍ତ ମେଡ଼ିକାଲ ନେଇଥିଲେ । ସେଠାରେ ଦୀପିକାଙ୍କୁ ଦେଖିବା ନିମନ୍ତେ ପ୍ରବଳ ଭିଡ଼ ହୋଇଥିଲା ।

ଅନ୍ୟପକ୍ଷରେ ଧାରଣା ସ୍ଥଳ ଅର୍ଥାତ ଦିନେଶଙ୍କ ଦେଶୀବେହେରା ସାହି ସ୍ଥିତ ଘର ଆଗରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଧରଣା ଜାରି ରଖିଥିଲେ । ୩ ଘଣ୍ଟା ପରେ ନିଜ ପୁଅଙ୍କୁ ମେଡ଼ିକାଲରେ ଚିକିତ୍ସା କରି ପୁଣି ଥରେ ଧାରଣା ସ୍ଥଳକୁ ଦୀପିକା ଫେରିଥିଲେ । ଅନ୍ୟପକ୍ଷରେ ତାଙ୍କ ଦାବି ପୂରଣ ନହେଲା ପର୍ଯ୍ୟନ୍ତ ସେ ତାଙ୍କ ଧାରଣା ଜାରି ରଖିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ ଦିନେଶ ତାଙ୍କୁ ବିବାହ କରିବାକୁ କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ବେଳେ ପରେ ବିବାହ କରିନଥିଲେ । ଏନେଇ ଦୀପିକା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦିନେଶଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଥିଲା । ଏଥି ମଧ୍ୟରେ ଦୀପିକାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ଦିନେଶ ଅନ୍ୟତ୍ର ବିବାହ କରୁଥିବା ଶୁଣି ଦୀପିକା ଆସି ତାଙ୍କ ଘର ଆଗରେ ଦୀର୍ଘ ୧୨ ଦିନ ହେବ ଖରା ଓ ବର୍ଷାରେ ଧାରଣା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking