ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ ଏକ ଗାଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାର ତଦନ୍ତ କରିବେ ମହିଳା ଥାନାର ଜଣେ ଇନ୍ସପେକ୍ଟର । ଏହାର ସୁଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କାର ଭିତରୁ ମହିଳାଙ୍କ ମୃତ ଦେହ ମିଳିବା ଏକ ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି ପୋଲିସ କମିଶନର ।
ଫେବୃଆରୀ ୧୨ରେ ଘଟଣା ଜଣାପଡିବା ପରେ ପଦକ୍ଷେପ ନିଆଯାଇଛି । ଏମ୍ସରେ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ମହିଳାଙ୍କର ଯକ୍ଷ୍ମାରେ ସ୍ୱାଭାବିକ ମୃତ୍ୟୁ ଘଟିଥବା ଜଣାପଡୁଛି । ତେବେ ସେହି ମହିଳା ଜଣକ କିଏ ବୋଲି ଜାଣିବା ପାଇଁ କଙ୍କାଳ ନମୁନାକୁ ହାଇଦ୍ରାବାଦ ପଠାଯାଇଛି ବୋଲି କହିଛନ୍ତି ସିପି । ଏହାସହ ମୃତକଙ୍କ ପରିଚୟ ଜାଣିବା ପାଇଁ ସ୍କେଚ ତିଆରି କରାଯିବ ।
ତେବେ ୨୦୧୯ରେ ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୋଲିସ ମହିନ୍ଦ୍ରା ଗାଡିିକୁ ଜବତ କରିଥିଲା । ସେବେଠାରୁ ଗାଡିଟି ଯାଆଁଳା ଫାଣ୍ଡି ଆଗରେ ପଡି ରହିଥିଲା । ତେବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଏହି ଏସୟୁଭି ଗାଡି ଭିତରୁ ଏହି କଙ୍କାଳ ଉଦ୍ଧାର ହୋଇଥିଲା । ପରେ ପୋଲିସ ର ସାଇଣ୍ଟଫିକ ଟିମ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବ୍ୟବଚ୍ଛଦ ରିପୋର୍ଟରୁ ଏହା ଜଣେ ୪୫ ବର୍ଷିୟ ମହିଳାଙ୍କ ଶବ ବୋଲି ଜଣାପଡିଥିଲା ।