ମୁମ୍ବାଇ : ଏବର୍ଷ ମହିଳା ଆଇପିଏଲ ଆୟୋଜନ କରାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏହା ସହିତ ମହିଳା ଆଇପିଏଲକୁ ନେଇ ଗତ କିଛି ସପ୍ତାହ ଧରି ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି ।
ଆଜି ବିସିସିଆଇର ଗଭର୍ଣ୍ଣିଂ କାଉନସିଲ ବୈଠକ ପୂର୍ବରୁ ସେ କହିଛନ୍ତି ଯେ ଭାରତରେ ମହିଳା କ୍ରିକେଟର ବିକାଶ ପାଇଁ ବିସିସିଆଇ ପ୍ରତିଶ୍ରୁତିବଦ୍ଧ । ମହିଳା ଆଇପିଏଲ ନିଶ୍ଚିତ ଭାବରେ ହେବ । ଜାତୀୟ ମହିଳା ଟିମ ପାଇଁ ମଧ୍ୟ କେତେକ ଯୋଜନା କରାଯାଉଛି । କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ମହିଳା କ୍ରିକେଟିୟରଙ୍କ ପାଇଁ ଏକ କ୍ୟାମ୍ପ ଆୟୋଜନ କରିବାକୁ ଯୋଜନା କରାଯାଉଛି ।
ଏହି ବର୍ଷ ଅକ୍ଟୋବର 17ରୁ ଆରମ୍ଭ ହୋଇ ନଭେମ୍ବର 29 ଯାଏ ମହିଳା ବିଗ ବାସ ଲିଗ ଖେଳାଯିବାର କାର୍ଯ୍ୟକ୍ରମ ରହିଛି4 ଟିମକୁ ନେଇ ୟୁଏଇରେ ଖେଳାଯିବ ମହିଳା ଟି-20 ଚ୍ୟାଲେଞ୍ଜ: ସୌରଭ ଗାଙ୍ଗୁଲି । ଏହା ସହ ଭାରତୀୟ ମହିଳା ଦଳର ଖେଳାଳି ହରମନପ୍ରୀତ କୌର, ସ୍ମିତି ମାନ୍ଧାନା, ଯେମିମା ରୋଡିରିଗୁଏସ ଏବଂ ଶେଫାଳୀ ଭର୍ମାଙ୍କୁ ମହିଳା ବିଗ ବାସ ଲିଗର ବିଭିନ୍ନ ଫ୍ରାଞ୍ଚାଇଜ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ।
ପୂର୍ବରୁ ତିନୋଟି ଦଳକୁ ନେଇ ଏହି ମହିଳା ଟି -20 ଚ୍ୟାଲେଞ୍ଜ ଜୟପୁର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ହରମନପ୍ରୀତ କୌର, ସ୍ମିତି ମାନ୍ଧାନା ଏବଂ ମିତାଲି ରାଜ ତିନୋଟି ଦଳର ନେତୃତ୍ୱ ନେଇଥିଲେ ।