17.1 C
Bhubaneswar
Friday, January 10, 2025
Homeଓଡିଶାରାଜ୍ୟରେ ମହିଳାମାନେ ବିକାଶର ମାଧ୍ୟମ ପାଲଟିଛନ୍ତି : ୫-ଟି ସଚିବ ଭି.କେ ପାଣ୍ଡିଆନ

ରାଜ୍ୟରେ ମହିଳାମାନେ ବିକାଶର ମାଧ୍ୟମ ପାଲଟିଛନ୍ତି : ୫-ଟି ସଚିବ ଭି.କେ ପାଣ୍ଡିଆନ

ଢେଙ୍କାନାଳ: ୫-ଟି ସଚିବ ଭି.କେ ପାଣ୍ଡିଆନ ଦୁଇ ଦିନିଆ ଢେଙ୍କାନାଳ ଗସ୍ତରରେ ଆସି ପ୍ରଥମ ଦିନରେ ତିନୋଟି ଭିନ୍ନ ଭିନ୍ନ ସଭାରେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ମିଶନ ଶକ୍ତିର ମହିଳା ଓ ସାଧାରଣ ଜନତାଙ୍କୁ ସମ୍ବୋଧନ କରିଥିଲେ । ଭିକେ ପାଣ୍ଡିଆନ ସ୍ୱତନ୍ତ୍ର ହେଲିକାପ୍ଟରେ ଆସି ଆଜି ଅପରାହ୍ନରେ ମହିଷାପାଟଠାରେ ଅବତରଣ କରିଥିଲେ । ସେଠାରୁ କାର୍ ଯୋଗେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ଠାରେ ଅପରାହ୍ନ ୩ଟାରେ ଆୟୋଜିତ ଏକ ସଭାରେ ଯୋଗଦେଇ ବିଭିନ୍ନ ଲୋକଙ୍କ ପାଖକୁ ଯାଇ ଲୋକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କିତ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।

ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶା ବାସୀଙ୍କ ସୁରକ୍ଷିତ ଓ ନିରାମୟ ଜୀବନ ପାଇଁ ସରକାର ଅନେକ ଉଦ୍ୟମ କରୁଛନ୍ତି ବୋଲି କହିଥିଲେ । ସେ ପାଇଥିବା ଅଭିଯୋଗ ପତ୍ର ଗୁଡିକର ତର୍ଜମା କରି ସେମାନଙ୍କ ବ୍ୟକ୍ତିଗତ ସମସ୍ୟାକୁ ଯଥାଶିଘ୍ର ସମାଧାନ କରିବା ସହ ଚାଷୀ, ଚାଷ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଜିନିତ ସମସ୍ୟା ସମ୍ବଳିତ ଅଭିଯୋଗ ଗୁଡିକୁ ଆସନ୍ତା ୭ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ଘୋଷଣା କରିଥିଲେ । ଏଥିସହ ମିଳିଥିବା ଦରଖାସ୍ତ ଗୁଡିକ ମଧ୍ୟରୁ ମନ୍ଦିର, ମସ୍‌ଜିଦ୍ ଓ ଗୋଷ୍ଠି କେନ୍ଦ୍ର (କମ୍ୟୁନିଟ୍ ସେଣ୍ଟର)ଗୁଡିକ ପାଇଁ ୧୮ ତାରିଖ ମଧ୍ୟରେ ଅର୍ଥ ମଞ୍ଜୁର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ଆୟୋଜିତ ସଭାରେ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲାର ବିକାଶ ପାଇଁ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ।

ଏହି ଅବସରରେ ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଅନ୍ୟ ଏକ ସଭାରେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଯୋଗଦେଇ ଜିଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠି, ଏମବିକେ, ସିଆରପି ଏବଂ ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ମହିଳା ମାନଙ୍କୁ ସମ୍ବୋଦ୍ଧନ କରି ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସଶକ୍ତି କରଣ କରି ଆଜି ରାଜ୍ୟରେ ମହିଳା ମାନେ ବିକାଶର ମାଧ୍ୟମ ପାଲଟିଛନ୍ତି ବୋଲି ପ୍ରକାଶ କରିଥିଲେ । ଢେଙ୍କାନାଳର ମିଶନ ଶକ୍ତି ରାଜ୍ୟରେ ଭଲ କାମ କରି ସୁନାମ ଅର୍ଜିଛି । ସେମାନଙ୍କୁ ଆହୁରି ଆଗକୁ ବଢିବାକୁ ପଢିବ । ସେଥିପାଇଁ ଆପଣ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଢେଙ୍କାନାଳ ଜିଲାରେ ଜିଲା ସ୍ତରୀୟ ମିଶନ ଶକ୍ତି ଫେଡରେସନ ପାଇଁ ସ୍ୱତନ୍ତ୍ର ଗୃହ ନିର୍ମାଣ ପାଇଁ ଏକ କୋଟି ଟଙ୍କା ମଞ୍‌ୁର ହୋଇଛି ବୋଲି ସେ କହିଥିଲେ ।

ଏଥି ସହିତ ବ୍ଲକ ଫେଡରସନ୍ ଗୁଡିକ ପାଇଁ ୫୦ ଲକ୍ଷ ଟଙ୍କା ବ୍ୟବସ୍ତା କରାଯାଇଛି । ଏମାନଙ୍କୁ କାମ କରିବା ପାଇଁ ୪ ଚକିଆ ଯାନ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ମହିଳା ମାନେ ଅଧିକ ସଶକ୍ତ ହୋଇ ଆଗକୁ ଯାଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଢେଙ୍କାନାଳ ବିବି ହାଇସ୍କୁଲ୍ ଗୋଡି ପଡିଆ ଠାରେ ଆୟୋଜିତ ଏକ ସଭାରେ ବିଭିନ୍ନ ବିଦ୍ୟାଳୟ ଓ +୨ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରି ଧ୍ୟାନ, ଯୋଗ ଓ ପ୍ରାଣାୟମକୁ ଛାତ୍ରଛାତ୍ରୀ ମାନେ ନିୟମିତ କଲେ ନିଜର ସ୍ଥିରତା ବଜାୟ ରହିପାରିବ । ଯେଉଁମାନେ ଧ୍ୟାନ କରିଥାନ୍ତି ସେମାନଙ୍କର ମସ୍ତିକ ଥଣ୍ଡା ରହିବା ସହିତ ସକରାତ୍ମକ ଭାବ ଜାଗ୍ରତ ହୋଇଥାଏ । ସେମାନଙ୍କ ଆତ୍ମ ବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ ।

ଛାତ୍ରଛାତ୍ରୀ ମାନେ ନିଜର ଅତ୍ମବିଶ୍ୱାସ ବୃଦ୍ଧି କରାଇଲେ ନିଜର ତଥା ଅଞ୍ଚଳର ଉନ୍ନତି ହୋଇପାରିବ ବୋଲି କହିବା ସହ ଯୋଗ, ସାଧନା, ନିଷ୍ଠା ତଥା କଠିନ ପରିଶ୍ରମ କରି ନିଜର ତଥା ବାପା ମା’ଙ୍କର ସ୍ୱପ୍ନ ସାକାର କରିପାରିବେ ବୋଲି ଛାତ୍ରଛାତ୍ରୀ ବିଭିନ୍ନ ଉଦାହରଣ ମାଧ୍ୟମରେ କହିଥିଲେ । ଢେଙ୍କାନାଳ ଜିଲାରେ ଥିବା ସମସ୍ତ ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟ ଗୁଡିକୁ ୫ ଟି ରେ ସାମିଲ କରାଯାଇ ରୁପାନ୍ତରି କରଣରେ ଶିକ୍ଷାକୁ ସଶକ୍ତ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି କହିଥିଲେ । ଛାତ୍ରଛାତ୍ରୀ ମାନେ ନିୟମିତ ପାଠ ପଢାରେ ଧ୍ୟାନ ଦେବା ସହିତ ଗୁରୁଜନ ମାନଙ୍କ କଥା ମାନି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ । ଏହାପରେ ସେ ବ୍ରଜ ନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ଢେଙ୍କାନାଳ ଚିକିତ୍ସାଳୟକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ମୁଖ୍ୟ ଚିକିତ୍ସାଳୟରେ ମିଳୁଥିବା ସୁବିଧା ସଂପର୍କରେ ପଚାରୀ ବୁଝିଥିଲେ । ପରେ ସଂଧ୍ୟାରେ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ, ସାସଂଦ ଓ ଅଧିକାରୀଙ୍କ ସହ ଜିଲାର ଉନ୍ନୟନ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ଜିଲାପାଳ ସରୋଜ କୁମାର ସେଠୀ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରଜେଶ ମିଶ୍ର , ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର, ଅତିରିକ୍ତି ଜିଲାପାଳ ଉଦୟ କୁମାର ମହାପାତ୍ର, ରମେଶ ଚନ୍ଦ୍ର ସେଠୀ, ଉପ ଜିଲାପାଳ ସ୍ନିଗ୍ଧାରାଣୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking