33.1 C
Bhubaneswar
Saturday, May 11, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ସଭାରେ ସୁରକ୍ଷା ଯାଂଚ ଆଳରେ ମହିଳାଙ୍କୁ ଅସମ୍ମାନିତ କରିବା ଦୁର୍ଭାଗ୍ୟଜନକ: ଡ.ଲେଖାଶ୍ରୀ

ମୁଖ୍ୟମନ୍ତ୍ରୀଙ୍କ ସଭାରେ ସୁରକ୍ଷା ଯାଂଚ ଆଳରେ ମହିଳାଙ୍କୁ ଅସମ୍ମାନିତ କରିବା ଦୁର୍ଭାଗ୍ୟଜନକ: ଡ.ଲେଖାଶ୍ରୀ

ମହିଳା ଦୁଷ୍କର୍ମ ଓ ହତ୍ୟାରେ ସଂପୃକ୍ତ ବିଜେଡିର ବଡପଣ୍ଡାମାନେ ପଦ୍ମପୁରରେ ପ୍ରଚାରର ମଙ୍ଗ ଧରିଛନ୍ତି
ବିଜେଡି ଶାସନରେ ମହିଳା ଅସୁରକ୍ଷିତ

ଭୁବନେଶ୍ୱର : ମହିଳାମାନଙ୍କ ସୁରକ୍ଷା କ୍ଷେତ୍ରରେ ବିଜେଡି ସରକାରର ଦୋମୁହାଁନୀତି ପ୍ରକାଶ ପାଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ “ମହିଳାଙ୍କୁ ସମ୍ମାନ” କଥା କହୁଥିବାବେଳେ ଅନ୍ୟପଟେ ମହିଳାଙ୍କୁ ଅସମ୍ମାନିତ ଓ ର୍ଦୁବ୍ୟବହାର କରାଯାଉଥିବା ଚିତ୍ର ପଦ୍ମପୁର ସଭାରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳରେ ସୁରକ୍ଷା ଆଳରେ ମହିଳାଙ୍କ ଓଢ଼ଣୀ ଖୋଲିବା, ଶାଢ଼ୀକୁ ଅଧା ଖୋଲିବା ଭଳି କୁତ୍ସିତ ବ୍ୟବହାର ପ୍ରଦର୍ଶନ କରାଯିବା ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରୁଛି । ମହିଳାଙ୍କ ସୁରକ୍ଷା ଲାଗି ରାଜଧାନୀର ମାଷ୍ଟରକ୍ୟାଂଟିନ ଛକଠାରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସରକାର ମହିଳା ଦୁଷ୍କର୍ମ ଓ ହତ୍ୟା ଭଳି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ସମ୍ପୃକ୍ତ ଅପରାଧୀଙ୍କୁ ସୁରକ୍ଷା ଦେଉଥିବାରୁ କାରଣରୁ ରାଜ୍ୟରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି ।

ଏନେଇ ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ, ପୂର୍ବତନ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ କରିଛି । ମହିଳା ଦୁଷ୍କର୍ମ ଓ ହତ୍ୟା ଘଟଣା, ଶିଶୁ ଅପହରଣ, ସେକ୍ସ କ୍ୟାଣ୍ଡେଲ ଅର୍ଚ୍ଚନା ନାଗଙ୍କ ଘଟଣାରେ ବିଜେଡିର ମାଳ ମାଳ ମନ୍ତ୍ରୀ, ବିଧାୟକ ଓ ନେତାମାନେ ସଂପୃକ୍ତ ଅଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ରାଜ୍ୟ ସରକାର ମହିଳାଙ୍କୁ ସମ୍ମାନ ଦେଉଥିବା କଥା କହି ଡିଣ୍ଡିମ ପିଟୁଛନ୍ତି । ବାସ୍ତବରେ ଶାସକ ବିଜେଡି ମହିଳାଙ୍କୁ ଅସମ୍ମାନିତ କରି ତାଙ୍କର ନେତା, ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି । ଏବେ ପଦ୍ମପୁର ଉପନିର୍ବାଚନରେ ଦାଗି ନେତାଙ୍କୁ ଷ୍ଟାର ପ୍ରଚାରକ କରିଛି ଶାସକ ଦଳ । ଶାନ୍ତ ପଦ୍ମପୁରରେ ମହିଳାଙ୍କୁ ଦୁର୍ବବହାର କରିଛି ବିଜୁ ଜନତା ଦଳ । ୨୩ବର୍ଷ ବିଜେଡି ଶାସନରେ ମହିଳା ସର୍ବଦା ବିପଦରେ ।

ରାଜ୍ୟରେ ଦିନକୁ ୭ଦୁଷ୍କର୍ମ ଘଟଣା ଘଟୁଥିବାବେଳେ ଗତ ୧୪୧ମାସରେ ୨୮ହଜାରରୁ ଊର୍ଦ୍ଧ୍ୱ ଦୁଷ୍କର୍ମ ଘଟଣା ଘଟିଛି । ସେହିପରି ପ୍ରତିଦିନ ୩ଜଣ ଲେଖାଏଁ କୋମଳମତୀ ଶିଶୁ ଯୌନ ରାକ୍ଷସଙ୍କ ଦ୍ୱାରା ଶିକାର ହେଉଛନ୍ତି । ୨୦୧୦ ଜାନୁୟାରୀରୁ ୨୦୨୨ ସେପ୍ଟେମ୍ବର ଶେଷ ସୁଦ୍ଧା ୧୪ହଜାର ୨୯୬ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ଏବେ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ଏବଂ ମହିଳା ଦୁଷ୍କର୍ମ ଅଭିଯୋଗରେ ସଂପୃକ୍ତ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ଏଯାଏଁ ଧର୍ମେନ୍ଦ୍ର ସାହୁର ମୃତ୍ୟୁ ପୂର୍ବର ଅଡିଓକୁ ତଦନ୍ତର ପରିସରଭୁକ୍ତ କରୁନାହାନ୍ତି ।

ସେହିପରି ମମିତା ହତ୍ୟା ପଛର ନାୟକ ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ପଦ୍ମପୁରରେ ପ୍ରଚାର କରୁଥିଲେ ବି ରାଜ୍ୟ ସରକାର କାହିଁକି ଏହାର ତଦନ୍ତ କରୁନାହାନ୍ତି । ବିଜେଡି ମନ୍ତ୍ରୀ ମହିଳାଙ୍କ ପ୍ରତି ଅବିଚାର କରିଥିଲେ ବି ରାଜ୍ୟ କାହିଁକି ଚୁପ୍ ବସିଛନ୍ତି ଏହାର ଉତର ଦିଅନ୍ତୁ ବୋଲି ଡ. ଲେଖାଶ୍ରୀ କହିଛନ୍ତି । ଆଜିର ବିକ୍ଷୋଭରେ ରାଜ୍ୟ ଉପସଭାନେତ୍ରୀ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ବବିତା ମଲ୍ଲିକ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଭୁବନେଶ୍ୱର ଜିଲ୍ଲା ମହିଳା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ତୃପ୍ତିମୟୀ ମକଦ୍ଦମ, ଚିତ୍ରଲେଖା ମହାନ୍ତି, ମାନସୀ ରାୟ ପାଢ଼ୀ, ଜୟା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking