36.1 C
Bhubaneswar
Saturday, May 18, 2024
Homeଅପରାଧମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଧୁବଲାବେଡ଼ା ନିକଟ ଏକ ଶୁଖିଲା ନାଳରେ ଆଜି ସନ୍ଧ୍ୟା ୬ଟାରେ କ୍ଷତବିକ୍ଷତ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ ଧୁବଲାବେଡ଼ା ନିକଟ ଏକ ଶୁଖିଲା ନାଳରେ ଗ୍ରାମର କିଛି ଲୋକ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଠାବ କରିଥିଲେ । ସେମାନେ ଏବାବଦରେ ଗାଁଲୋକଙ୍କୁ ସୂଚନା ଦେଇଥିଲେ । ପରେ ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ସମେତ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ପୋଷ୍ଟମର୍ଟମ ପାଇଁ ପଠାଇ ପୁଲିସ ଟିମ୍ ଘଟଣାର ତଦନ୍ତ ଚଳାଇଛନ୍ତି । ହେଲେ ମୃତ ମହିଳାଙ୍କର ପରିଚୟ ଏବେବି ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking