33.1 C
Bhubaneswar
Friday, May 17, 2024
Homeଓଡିଶାଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ମହିଳା କୋର୍ଟ ଚାଲାଣ

ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ମହିଳା କୋର୍ଟ ଚାଲାଣ

ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁରରୋଡ଼ ଥାନା ଅନ୍ତର୍ଗତ ମୁଣ୍ଡମାଳଅଂଚଳ ର ଜୈନିକା ମହିଳା ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠିରୁ ମୋଟା ଅଙ୍କ ସୁଧର  ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା | ଯାଜପୁରରୋଡ଼ ପୋଲିସ ମଙ୍ଗଳବାର ଠକେଇ ଅଭିଯୋଗରେ ଉକ୍ତ ମହିଳାକୁ କୋର୍ଟ ଚାଲାଣ କରିଛି | ସୂଚନା ମୁତାବକ ମୁଣ୍ଡମାଳ ଅଞ୍ଚଳରେ ରହୁଥିବା ଚକ୍ରଧର ପଣ୍ଡାଙ୍କ ସ୍ତ୍ରୀ ପଦ୍ମିନୀ ପଣ୍ଡା (୪0) ମା ବିରଜା ସ୍ୱୟଂ ସହାୟକ ଗୋଷ୍ଠିର ବାସନ୍ତୀ ପାତ୍ରଙ୍କ ଠାରୁ ସଙ୍ଘ ଟଙ୍କାରୁ ୪0 ହଜାର ଟଙ୍କା ସୁଧ ଆକାରରେ ନେଇଥିଲେ | ହେଲେ ମାସ ମାସ ବିତିଯାଇଥିଲେ ସୁଧା ନା ସୁଧ କିମ୍ବା ମୁଳ କିଛି ଦେଇନଥିଲେ | ବାସନ୍ତୀ ବାରମ୍ବାର ଟଙ୍କା ମାଗି ବିଫଳ ହେବାପରେ  ଗତମାସ ୩ ତାରିଖରେ ଯାଜପୁରରୋଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ | ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନା କେସ ନଂ ୨୨୫/୨୩ ରେ ଏକ ମାମଲା ୠଜୁକରି ତଦନ୍ତ ଚଳାଇଥିଲା | ପୋଲିସ ତଦନ୍ତରେ ଉକ୍ତ ମହିଳା ୨0ରୁ ୩0 ଟି ସ୍ୱୟଂ ସହାୟକ ଗୋଷ୍ଠି ନିକଟରୁ ପ୍ରାୟ ୩0 ରୁ ୪0ଲକ୍ଷ ଟଙ୍କା ଠକି ନେଇଥିବା ପୋଲିସ ଜାଣିବାକୁ ପାଇଥିଲା | ପଚରା ଉଚରା ପରେ ମହିଳା ଜଣକ ପୋଲିସ ନିକଟରେ ନିଜ ଦୋଷ ସ୍ଵିକାର କରିଥିଲା | ଠକେଇର ପ୍ରମାଣ ମିଳବା ପରେ ପୋଲିସ ଉକ୍ତ ମହିଳାକୁ ଦଫା ୪୨0 ରେ କୋର୍ଟ ଚାଲାଣ କରିଛନ୍ତି ବୋଲି ଯାଜପୁରରୋଡ଼ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking