27.2 C
Bhubaneswar
Thursday, April 16, 2026
Homeଓଡିଶାବିଷାକ୍ତ ସାପ ଦଂଶନରେ ମହିଳା ମୃତ

ବିଷାକ୍ତ ସାପ ଦଂଶନରେ ମହିଳା ମୃତ

ଢେଙ୍କାନାଳ : ବିଷାକ୍ତ ସାପ ଦଂଶନରେ ମହିଳା ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ଅନ୍ତର୍ଗତ ୫ନଂ ୱାର୍ଡର ଧୂଣ୍ଡିନାଳୀ ସାହିରେ ଘଟିଛି ଏଭଳି କାଣ୍ଡ । ଏହି ଅଘଟଣ ପରେ ଧୂଣ୍ଡିନାଳୀ ସାହିରେ ଶୋକର ଛାୟା ଖେଳି ଯାଇଛି। ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଧୂଣ୍ଡିନାଳୀ ସାହିର ଶିଶିର ବେହେରା ଏବଂ ତାଙ୍କ ସ୍ତ୍ରୀ ପୁଷ୍ପଲତା ବେହେରା ରାତିରେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ସେମାନଙ୍କୁ କାମୁଡି ଦେଇଥିଲା। ଫଳରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ପରିବାର ଲୋକେ ତୁରନ୍ତ ସେମାନଙ୍କୁ ରାତିରେ ହିନ୍ଦୋଳ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ। ଉଭୟଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଥିଲେ। ହେଲେ ଆଜି ସକାଳେ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking