25.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମହିଳା ଭକ୍ତଙ୍କୁ ଚୂଟି ଘୋଷାଡ଼ି ପିଟିଲେ ପୂଜାରୀ

ମହିଳା ଭକ୍ତଙ୍କୁ ଚୂଟି ଘୋଷାଡ଼ି ପିଟିଲେ ପୂଜାରୀ

ଭୋପାଳ : ମହିଳା ଭକ୍ତଙ୍କୁ ଅତି ନିର୍ମମ ଭାବେ ପିଟିଲେ ପୂଜାରୀ । ବିହାରର ଦରଭଙ୍ଗାରେ ଜଣେ ପୂଜାରୀ ମନ୍ଦିରକୁ ପୂଜା କରିବାକୁ ଆସିଥିବା ମହିଳାଙ୍କୁ ଚୂଟି ଘୋଷାଡ଼ି ପିଟିଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମନ୍ଦିର କମିଟି ପୂଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୂଜାରୀଙ୍କ ଏହି କାରନାମାର ଏବେ ତଦନ୍ତ ଚାଲିଛି । ତଦନ୍ତ ଶେଷ ହେବା ଯାଏଁ ପୂଜାରୀଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟପଟେ ମାଡ଼ ଖାଇଥିବା ମହିଳାଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ । ସୂଚନା ଅନୁଯାୟୀ, ମହିଳା ମନ୍ଦିର ଭିତରକୁ ଯାଇ ମା’ ଶ୍ୟାମା ମାଇଙ୍କ ପୂଜା କରିବାକୁ ଜିଦ୍ଦି କରିଥିଲେ । କିନ୍ତୁ କୋଭିଡ୍ ଗାଇଡ୍ ଲାଇନ୍ ଯୋଗୁ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ନ ଥିଲା । ମାତ୍ର ମହିଳା କିଛି ବି ଶୁଣିବାକୁ ନାରାଜ ଥିଲେ । ଏହି କଥାକୁ ନେଇ ବିବାଦ ଉପୁଜିଥିଲା । ଫଳରେ ପୂଜାରୀ ରାଗରେ ମହିଳାଙ୍କ ଚୁଟି ଘୋଷାଡ଼ି ତାଙ୍କୁ ପିଟିଥିଲେ । କେହି ଜଣେ ଏହି ଘଟଣା ବେଳର ଦୃଶ୍ୟକୁ ଫୋନ୍‌ରେ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ । ଫଳରେ ମାମଲାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏନେଇ ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, କୌଣସି ମହିଳାଙ୍କ ସହ ଏଭଳି ବ୍ୟବହାର ଆଦୌ ଶୋଭନୀୟ ନୁହେଁ । ମନ୍ଦିରର ପୂଜାରୀଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଛି । ଏବେ ମାମଲାର ଯାଞ୍ଚ ଚାଲିଛି । ତଦନ୍ତ ପରେ ସତ୍ୟା ସତ୍ୟ ସାମ୍ନାକୁ ଆସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking