27.1 C
Bhubaneswar
Monday, March 17, 2025
Homeଦେଶ ବିଦେଶସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିଲା ସ୍ୱାମୀ, ଶେଷରେ କ’ଣ ଘଟିଲା ପଢ଼ନ୍ତୁ....

ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିଲା ସ୍ୱାମୀ, ଶେଷରେ କ’ଣ ଘଟିଲା ପଢ଼ନ୍ତୁ….

ମୋତିହାରୀ : ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିଲା ସ୍ୱାମୀ । ହେଲେ ପରେ ସାମ୍ନାକୁ ଆସିଲା ପ୍ରକୃତ ସତ । ପୁଲିସ ଯାହାକୁ ମୃତ ବୋଲି ଭାବୁଥିଲା, ସେ ପ୍ରକୃତରେ ନିଜ ପ୍ରେମିକ ସହ ପଞ୍ଜାବରେ ରହୁଥିବା ଜଣାପଡ଼ିଥିଲା । ଏହି ଘଟଣା ବିହାରର ମୋତିହାରୀ ଅଞ୍ଚଳରେ ଘଟିଥିବା ବେଳେ ଘଟଣାଟି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଭୁଲ ନକରି ବି ସ୍ୱାମୀକୁ ଦଣ୍ଡ ମିଳିଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ସୂଚନା ଅନୁଯାୟୀ, ଶାନ୍ତି ଦେବୀ ନାମକ ମହିଳା ଲକ୍ଷ୍ମୀପୁରର ବାସିନ୍ଦା ଦିନେଶ ରାମଙ୍କୁ ଜୁନ୍ ୧୪, ୨୦୧୬ରେ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଶାନ୍ତି ତାଙ୍କ ସ୍ୱାମୀଙ୍କ ଘରୁ ପଳାଇଯିବା ସହ ପଞ୍ଜାବରେ ରହୁଥିବା ନିଜ ପ୍ରେମିକଙ୍କ ସହ ରହିବା ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଝିଅକୁ ନପାଇ ପରିବାର ଲୋକେ ଦିନେଶଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ ।

ଯୌତୁକ ପାଇଁ ଦିନେଶ ଶାନ୍ତିକୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ଶାନ୍ତିଙ୍କ ପରିବାର ଲୋକେ । ଏହା ପରେ ଶାନ୍ତିଙ୍କ ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ ଦିନେଶଙ୍କୁ ଗିରଫ କରିଥିଲା । ହେଲେ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ଦିନେଶଙ୍କୁ ଗିରଫ କରିବା ପରେ ସନ୍ଦେହ ହେବାରୁ ପୁଲିସ ଶାନ୍ତିଙ୍କ ଫୋନ ଲୋକେସନ ଟ୍ରାକ୍ କରିବା ଆରମ୍ଭ କରିଥିଲା । ଏହା ପରେ ଶାନ୍ତି ପଞ୍ଜାବରେ ଥିବା ଜଣାପଡ଼ିଥିଲା । ସେଠାକୁ ପୁଲିସ ଯାଇ ଛାନଭିନ କରିବା ପରେ ଶାନ୍ତି ନିଜ ପ୍ରେମିକଙ୍କ ସହ ରହୁଥିବା ସାମ୍ନାକୁ ଆସିଥିଲା । ଏବେ ଶାନ୍ତିଙ୍କୁ ମୋତିହାରୀ ଅଣାଯାଇ ପଚରାଉଚରା କରାଯାଉଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking