29.1 C
Bhubaneswar
Thursday, May 7, 2026
Homeଓଡିଶାଭାଲୁ ଆକ୍ରମଣରେ ମହିଳା ଗୁରୁତର

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ଡାଳପକା ପଞ୍ଚାୟତ କୁଦାବେଡା ଗ୍ରାମରେ ଭାଲୁର ଆତଙ୍କ ଦେଖିବାକୁ ମିଳିଛି। ଜଣେ ୩୯ ବର୍ଷୀୟ ମହିଳାଙ୍କୁ ଭାଲୁ ଆକ୍ରମଣ କରି ଗୁରୁତର କରିଛି। ଗୁରୁତର ମହିଳା ଜଣକ ହେଉଛନ୍ତି କୁଦାବେଡା ଗ୍ରାମର ସୁଦର୍ଶନ ମୁଣ୍ଡାଙ୍କ ସ୍ତ୍ରୀ କଂସଲା ମୁଣ୍ଡା । ୩ଟି ଭାଲୁ ମିଶି କଂସଲାଙ୍କୁ ଭାଲୁଟି ଝୁଣିଝୁଣି ଆକ୍ରମଣ କରିଥିଲେ। ସୂଚନା ଅନୁସାରେ , କଂସଲା ଶନିବାର ସକାଳୁ କୁଦାବେଡା ଗାଁ ଜଙ୍ଗଲ ନିକଟରେ ଠିଆ ହୋଇ ଦାନ୍ତକାଠି ଭାଙ୍ଗୁ ଥିବା ବେଳେ ୩ଟା ଭାଲୁ ତାଙ୍କୁ ଆକ୍ରମଣର କରିଥିଲେ। ଲୋକେ ଭାଲୁଙ୍କୁ ଘୋଉଡ଼ାଇବାରୁ ଭାଲୁମାନେ କଂସଲାଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଛାଡ ଚାଲି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking