29.4 C
Bhubaneswar
Saturday, May 4, 2024
Homeଅପରାଧଦୁଷ୍କର୍ମକୁ ପ୍ରତିରୋଧ କରିବାରୁ ମହିଳାଙ୍କୁ ଜିଅନ୍ତା ଜାଳିଦେଲା ଅପରାଧୀ

ଦୁଷ୍କର୍ମକୁ ପ୍ରତିରୋଧ କରିବାରୁ ମହିଳାଙ୍କୁ ଜିଅନ୍ତା ଜାଳିଦେଲା ଅପରାଧୀ

ବାଙ୍ଗାଲୋର: କର୍ଣ୍ଣାଟକର ୟାଦଗିର ଜିଲ୍ଲାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲାବେଳେ ସେ ପ୍ରତିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଜିଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି । ଗଙ୍ଗାପ୍ପା ବସପ୍ପା ନାମରେ ଚିହ୍ନଟ ଅଭିଯୁକ୍ତ ଜଣକ ଗତ ସୋମବାର ସୁରପୁର ତାଲୁକ ଅନ୍ତର୍ଗତ ମହିଳାଙ୍କ ଘରେ ଜବରଦସ୍ତ ପଶି ଏହି ନୃଶଂସ କାଣ୍ଡ କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୨ଟାବେଳେ ଅଭିଯୁକ୍ତ ଗଙ୍ଗାପ୍ପା ମହିଳାଙ୍କ ଘରେ ପଶି ତାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେ ସେ ଏହାକୁ ଦୃଢ଼ଭାବରେ ପ୍ରତିରୋଧ କରିଥିଲେ । ଏହାପରେ ଗଙ୍ଗାପ୍ପା ବାହାରକୁ ଆସି ବଳାତ୍କାର ଉଦ୍ୟମର ପ୍ରମାଣ ନଷ୍ଟ କରିବା ପାଇଁ ନିଜ ମଟରସାଇକେଲରୁ ପେଟ୍ରୋଲ ବାହାର କରି ମହିଳାଙ୍କ ଦେହରେ ଢାଳି ନିଆଁ ଲଗାଇଦେଇଥିଲା । ଏଥିରେ ମହିଳାଙ୍କ ଶରୀରର ଶତକଡ଼ା ୯୫ ଭାଗ ପୋଡ଼ିଯାଇଥିଲା । ତାଙ୍କୁ ପରେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ୟାଦଗିର ଏସ୍‌ପି ସିବି ବେଦମୂର୍ତ୍ତି କହିଛନ୍ତି । କର୍ଣ୍ଣାଟକର ମନ୍ତ୍ରୀ ଆରାଗ ଜ୍ଞାନେନ୍ଦ୍ର କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅମାନବୀୟ ଘଟଣା । ବର୍ତ୍ତମାନ ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ଗିରଫ କରାଯାଇଛି । ଆଇନ ଅନୁଯାୟୀ ଦୋଷୀକୁ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking