ବିହାର : କଟିହାର ଜିଲ୍ଲାର ପ୍ରାଣପୁର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଗ୍ରାମବାସୀ ଆଇନକୁ ହାତକୁ ନେଇ ଏକ ସ୍ତ୍ରୀକୁ ବେଆଇନ ଭାବେର ଦଣ୍ଡ ଦେବା ସହ ତାର ନ୍ୟାୟ ରାୟ ମଧ୍ୟ ଘୋଷଣା କରିଛନ୍ତି । ଘଟଣା ଅନୁସାରେ ମହିଳାକୁ ଗ୍ରାମବାସୀମାନେ ରାତି ପାଖାପାଖି ୧ଘଟିକା ସମୟରେ ଏକ ବିବାହିତ ପୁରୁଷ ସହ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଆଇନକୁ ହାତକୁ ନେଇ ପୋଲିସକୁ ଜଣାଇବା ବଦଳରେ ସ୍ତ୍ରୀ ଜଣକୁ ଦଉଡିରେ ବାଦ୍ଧିବା ସହ ଗାଁ ରାସ୍ତାରେ ବେଆଇନ ଭାବରେ ଘୋଷାଡ଼ି ଥିଲେ । ଏଥି ମଧ୍ୟରେ ସ୍ତ୍ରୀ ଜଣକର ଛୁଆ କେତେ ବିନତି କରିଥିଲେ ମଧ୍ୟ କେହି ଶୁଣିନଥିଲେ ।
ଏହା ସହ ଗ୍ରାମବାସୀ ମାନେ ତାଙ୍କ ହିସାବରେ ୨୫ ହଜାର ଜୋରିମାନା ମଧ୍ୟ ଘୋଷଣା କରିଦେଲେ । ଏତେ ସବୁ ଘଟଣା ମଧ୍ୟରେପୋଲିସକୁ ଏହାର କୌଣସି ଖବର ମିଳିାରି ନଥିଲା କିମ୍ବା ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଲୋକମାନଙ୍କ ମଧ୍ୟରୁ କେହିବି ପୋଲିସକୁ ଖବର ଦେବା ତ ଦୂରର କଥା ଏହି ବେଆଇନ କାର୍ଯ୍ୟକୁ ରୋକିବାକୁ ଚେଷ୍ଟା ମଧ୍ୟ କରିନଥିଲେ । ତେବେ ଏହି ଘଟଣା ସମ୍ପର୍କରେ କାଟିହର ଏସ୍ଡିପିଓ ଅମର କାନ୍ତ ଝାଙ୍କୁ ସୂଚନା ଦେଇ ଗ୍ରାମବାସୀଙ୍କ ବିରୋଧରେ ର୍କ୍ୟାାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ କରାଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ମୋଟ ୧୫ଜଣ ଚିହ୍ନା ଏବଂ ୨୫ଜଣ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାିବା ସହ ଏଥିରେ ଦୋଷୀଥିବା ଲୋକଙ୍କ ବିରୋଧରେ ର୍କାାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନାମିଳିଛି ।