30.1 C
Bhubaneswar
Sunday, May 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବୁ : ବାଇଡେନ

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବୁ : ବାଇଡେନ

କିବ୍ : ଅଚାନକ ୟୁକ୍ରେନ ଗସ୍ତରେ ପହଞ୍ଚିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ବୟାନ ଜାରି କରି କହିଛନ୍ତି ଯେ ଆମେରିକା ଆରମ୍ଭରୁ ୟୁକ୍ରେନ ସହ ରହିଛି । ଆମେ ଏହି ଯୁଦ୍ଧ ସମୟରେ ସମଗ୍ର ବିଶ୍ୱରୁ ୟୁକ୍ରେନ ପାଇଁ ସମର୍ଥନ ସଂଗ୍ରହ କରିଛୁ । ବାଇଡେନ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ କରିବା ସହିତ ଆମେ ସେମାନଙ୍କୁ ଖୁବଶୀଘ୍ର ଏୟାର ସର୍ଭିଲାନ୍ସ ରାଡାର ମଧ୍ୟ ଦେବାକୁ ଯାଉଛୁ । ମୁଁ କହିବାକୁ ଚାହୁଁଛି ଯେ ଏହି ଯୁଦ୍ଧରେ ୟୁକ୍ରେନକୁ କେହି ଦୁର୍ବଳ ଭାବିବା ଉଚିତ ନୁହେଁ । ରାଷ୍ଟ୍ରପତି ବାଇଡେନ ମଧ୍ୟ ତାଙ୍କ ୟୁକ୍ରେନ ଗସ୍ତ କୁ ନେଇ ଟୁଇଟ୍ କରିଛନ୍ତି । ଏହି ଟୁଇଟରେ ସେ ଲେଖିଛନ୍ତି ଯେ, କିଛି ଦିନ ପରେ ରୁଷ୍‌-ୟୁକ୍ରେନ ଯୁଦ୍ଧର ପ୍ରଥମ ବାର୍ଷିକୀ ଆସୁଛି । ଏହା ପୂର୍ବରୁ ୟୁକ୍ରେନର ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେରିକାର ସମର୍ଥନ ନେଇ ମୋର ବନ୍ଧୁ ଭୋଲୋଦିମିର ଜେଲେନସ୍କିଙ୍କୁ ଆଶ୍ୱାସନା ଦେବା ପାଇଁ ମୁଁ କିଭ୍‌ରେ ଅଛି । ସୂଚନାଯୋଗ୍ୟ, ବାଇଡେନଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ବର୍ତ୍ତମାନ ସୁଦ୍ଧା ରୁଷ୍‌-ୟୁକ୍ରେନ ଯୁଦ୍ଧ ସମୟରେ ଆମେରିକା ୟୁକ୍ରେନକୁ ପରଦା ପଛରେ ରହି ସାହାଯ୍ୟ କରିଆସୁଥିଲା । କିନ୍ତୁ ଆଜି ୟୁକ୍ରେନରେ ପହଞ୍ଚିବା ପରେ ବାଇଡେନ ଖୋଲାଖୋଲି ୟୁକ୍ରେନ ପଛରେ ଛିଡ଼ା ହେବା ବିଷୟରେ ଘୋଷଣା କରିଛନ୍ତି । ଏହା ଫଳରେ ଆଗକୁ ଯୁଦ୍ଧରେ ରୁଷ ଓ ଆମେରିକା ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ହେବାର ଆଶଙ୍କା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking