37.1 C
Bhubaneswar
Friday, May 17, 2024
Homeଓଡିଶାବନ୍ୟଜନ୍ତୁଙ୍କ ସଂରକ୍ଷଣକୁ ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ : ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ

ବନ୍ୟଜନ୍ତୁଙ୍କ ସଂରକ୍ଷଣକୁ ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ : ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ୱର: ବନ୍ୟଜନ୍ତୁଙ୍କ ସଂରକ୍ଷଣକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଏ ଦିଗରେ ଅନେକ କାର୍ଯ୍ୟ ହାତକୁ ନିଆଯାଇଛି । କିନ୍ତୁ ବିଗତ କିଛି ମାସ ହେବ ଦେଖାଯାଉଛି ହାତୀ-ମଣିଷ ସଂଘର୍ଷ ଏକ ଉଦବେଗଜନକ ସମସ୍ୟା ରୂପେ ଉଭା ହୋଇଛି । ଶକ୍ତି ବିଭାଗ ସହ ଉତ୍ତମ ଯୋଗସୂତ୍ର ରକ୍ଷା କରି କ୍ଷେତ୍ରୀୟ ସ୍ତରରେ କାର‌୍ୟ୍ୟ କରୁଥିବା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଅଧିକ କ୍ରିୟାଶୀଳ ହେବାକୁ ପଡ଼ିବ । ଏହା ସହିତ ହାତୀ ଚଳପ୍ରଚଳ କରୁଥିବା ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣରେ ଚାରଣଯୋଗ୍ୟ ବୃକ୍ଷ ରୋପଣ, ପାନୀୟ ଜଳ ବ୍ୟବସ୍ଥା ଏବଂ ଜଙ୍ଗଲ ନିକଟସ୍ଥ ଲୋକଙ୍କୁ ଅଧିକ ସଚେତନ କରିବାକୁ ପଡ଼ିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ ଅମାତ କହିଛନ୍ତି । ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏ ନେଇ ପ୍ରକାଶ କରିଛନ୍ତି ।

ପ୍ରାକୃତିକ ସନ୍ତୁଳନ ଓ ଜୀବନଧାରଣ ପାଇଁ ଜଙ୍ଗଲ, ପରିବେଶ ଓ ଜୈବ ବିବିଧତାର ଆବଶ୍ୟକତା ରହିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଯେଉଁ କର୍ମଚାରୀମାନେ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପଦୋନ୍ନତି ଓ ଅନ୍ୟାନ୍ୟ ସରକାରୀ ସୁବିଧା ଉପଲବ୍ଧ କରାନ୍ତୁ ଏବଂ ଯେଉଁମାନେ ସରକାରୀ କାର୍ଯ୍ୟରେ ଅବହେଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଅମାତ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ରାଜ୍ୟକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ଶେଷସୁଦ୍ଧା ପଦୋନ୍ନତି ଓ ପେନସନ ସମ୍ପର୍କିତ କାର୍ଯ୍ୟ ଶେଷ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଭାରତୀୟ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ୨୦୨୧ ଆକଳନରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ରାଜ୍ୟର ଭୌଗୋଳିକ ଆୟତନର ୩୬.୭୧ ପ୍ରତିଶତ ହେଉଛି ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ । ୨୦୧୯ରୁ ୨୦୨୧ ମଧ୍ୟରେ ୫୩୭ ବର୍ଗ କିଲୋମିଟର ଜଙ୍ଗଲ, ୩୫୬ ବର୍ଗ କିଲୋମିଟର ବୃଦ୍ଧ ଆଚ୍ଛାଦିତ ଅଞ୍ଚଳ ଏବଂ ୮.୩୪ ବର୍ଗ କିଲୋମିଟର ଜଙ୍ଗଲର ବୃକ୍ଷ ରହିଛି । ଏଥି ପାଇଁ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ବନ ବିଭାଗ ଏବଂ ଜଙ୍ଗଲ ଉପଖଣ୍ଡ ଅଧିବାସୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବିଭାଗ ପକ୍ଷରୁ ‘ସବୁଜ ମହାନଦୀ ମିଶନ’, ‘ଆମ ଜଙ୍ଗଲ ଯୋଜନା’, ‘ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ’, ‘ରାଜ୍ୟ କ୍ଷତିପୂରକ ବନୀକରଣ ପାଣ୍ଠି’, ‘ନଗର ବନଯୋଜନା’ ଆଦି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ନୋଡାଲ) ସୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷରେ ବୃକ୍ଷରୋପଣ ଓ ବୃକ୍ଷଚାରା ବିତରଣ ପାଇଁ ପ୍ରାୟ ୮.୦୫ କୋଟି ବହୁମୁଖୀ ଉପକାରୀ କିସମର ବୃକ୍ଷଚାରା ଉକ୍ସଊନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କାମ୍ପାର ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ପ୍ରଦୀପ ରାଜ କରାଟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସମ୍ମିଳନୀରେ ଜଙ୍ଗଲ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତଙ୍କ ସମେତ ରାଜ୍ୟର ସମସ୍ତ ବନାଞ୍ଚଳର ବନଖଣ୍ଡ ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking