27.1 C
Bhubaneswar
Saturday, July 27, 2024
Homeଅପରାଧସ୍ୱାମୀଙ୍କ ପକେଟରୁ ମହିଳାଙ୍କ ଫଟୋ ବାହାରିବା ପରେ ପତ୍ନୀଙ୍କ ଭୟଙ୍କର ନିଷ୍ପତ୍ତି

ସ୍ୱାମୀଙ୍କ ପକେଟରୁ ମହିଳାଙ୍କ ଫଟୋ ବାହାରିବା ପରେ ପତ୍ନୀଙ୍କ ଭୟଙ୍କର ନିଷ୍ପତ୍ତି

ଲକ୍ଷ୍ନୌ: କୁହାଯାଏ, ପତି-ପତ୍ନୀଙ୍କ ସମ୍ପର୍କ ବିଶ୍ୱାସରେ ବନ୍ଧା । ତେବେ ଏହି ବିଶ୍ୱାସ ଅଭାବ ହେଲେ ସନ୍ଦେହ ଜନ୍ମ ହୁଏ । ଆଉ ସନ୍ଦେହରୁ ଯେତେସବୁ ଅଭାବନୀୟ ଘଟଣା । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ଉତ୍ତର ପ୍ରଦେଶର ହରିମପୁର ଜିଲ୍ଲାରେ । ସ୍ୱାମୀଙ୍କ ପକେଟରୁ ଜଣେ ମହିଳାଙ୍କ ଫଟୋ ଦେଖିବା ପରେ ପତ୍ନୀ ଜଣକ ଏକ ଭୟଙ୍କର ପଦକ୍ଷେପ ନେଇଛନ୍ତି । ଫଳ ସ୍ୱରୁପ ପତ୍ନୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ମୁସ୍କରା ଥାନା ଖେଡୀ ଲୋଧନ ଗାଁରେ ହରିପ୍ରସାଦ ଅନୁରାଗୀ ୯ ବର୍ଷ ପୂର୍ବେ ରଚନାଙ୍କୁ ବିବାହ କରିଥିଲେ ।

୫/୭ ଦିନ ତଳେ ତାଙ୍କର ଜଣେ ବନ୍ଧୁ ନିଜ ପକେଟରୁ ଏକ ଫଟୋ କାଢ଼ି ଫିଙ୍ଗି ଦେଇଥିଲେ । ଯାହାକୁ ସେ ଉଠାଇ ବନ୍ଧୁଙ୍କୁ ଦେଇଥିଲେ ହେଲେ ସେ ଏହାକୁ ନରଖିବାରୁ ଫଟୋଟିକୁ ନିଜ ପକେଟରେ ରଖିଦେଇଥିଲେ ବୋଲି ହରିପ୍ରସାଦ କହିଛନ୍ତି । ଫଟୋଟିକୁ ପକେଟରେ ରଖିବା ପରେ ଫଟୋ ସମ୍ପର୍କରେ ସେ ଭୁଲି ଯାଇଥିଲେ । ଯେତେବେଳେ କପଡା ଧୋଇବା ପାଇଁ ପତ୍ନୀ ତାଙ୍କ ସାର୍ଟଟିକୁ ଧୋଇବାକୁ ବାହାରିଲେ । ପତ୍ନୀ ପକେଟରୁ ଉକ୍ତ ମହିଳାଙ୍କ ଫଟୋଟିକୁ ଦେଖିବାକୁ ପାଇଲେ । ଏହାକୁ ଦେଖିବା ପରେ ପତି-ପତ୍ନୀଙ୍କ ମଧ୍ୟରେ ଝଗଡାର ସୂତ୍ରପାତ ହୋଇଥିଲା । ଝଗଡା ଏତେ ଉପରକୁ ଚାଲିଯାଇଥିଲା ଯେ ପତ୍ନୀ ଘର କବାଟ ବନ୍ଦ କରି ରଶି ଲଗାଇ ଦେଇଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମହିଳାଙ୍କର ଦୁଇ ପୁତ୍ର ଓ ଗୋଟିଏ ଝିଅ ଥବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking