21.1 C
Bhubaneswar
Wednesday, January 14, 2026
Homeଅପରାଧସ୍ୱାମୀଙ୍କୁ ମାରି ପୋତିଦେଲେ ସ୍ତ୍ରୀ-ପୁଅ-ଜ୍ୱାଇଁ

ସ୍ୱାମୀଙ୍କୁ ମାରି ପୋତିଦେଲେ ସ୍ତ୍ରୀ-ପୁଅ-ଜ୍ୱାଇଁ

କଳାହାଣ୍ଡି : କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ମୁନୁଗାପଦର ଗ୍ରାମର ଯଦୁ ଦଳପତିଙ୍କୁ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଦଳପତି, ଦୁଇ ପୁଅ ଧନେଶ୍ୱର ଦଳପତି ଓ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗ ମୃତ୍ୟୁ ପରେ ଘରବାଡ଼ିରେ ପୋତି ଦେଇଥିବା ଅଭିଯୋଗ ପରେ ଆମପାଣି ପୋଲିସ ଶନିବାର ସକାଳେ ଖବର ପାଇ ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱର୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ସ୍ତ୍ରୀ ରୁକ୍ମିଣୀ ଦଳପତି, ସାନ ପୁଅ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗକୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବେଳେ ବଡ଼ପୁଅ ଧନେଶ୍ୱର ଦଳପତି ଫେରାର ଥିବା ପୋଲିସ ସୂତ୍ରରୁ ଖବର ମିଳିଛି।

ଅନ୍ୟପଟେ ପରିବାର ଲୋକେ ଜ୍ଞାତି କୁଟୁମ୍ବ କିମ୍ବା ଗ୍ରାମବାସୀ କାହାକୁ ନ ଜଣାଇ ଘରବାଡ଼ିରେ ନେଇ ପୋତି ଦେଇଥିବା ବେଳେ ବଡ଼ପୁଅ ଫେରାର ଘଟଣାକୁ ନେଇ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକଟ କରି ପୋଲିସ ଘଟଣାର ତଦନ୍ତ ପାଇଁ ମୃତକଙ୍କ ସ୍ତ୍ରୀ ରୁକ୍ମିଣୀ ଦଳପତି, ସାନ ପୁଅ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣା ନେଇ ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କା ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଖବର ଦେବା ପରେ ସନ୍ଧ୍ୟାରେ ଧର୍ମଗଡ଼ ଏସ୍‌ଡିପିଓ ମନୋଜ କୁମାର ବେହେରାଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ସ୍ଥାନୀୟ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, କୋକସରା ଏସ୍‌ଆଇ ହେମନ୍ତ ପାତ୍ର, ଡାକ୍ତର ଦେବେନ୍ଦ୍ର ମାଝୀଙ୍କ ଉପସ୍ଥିତିରେ ଘରବାଡ଼ିରେ ମୃତଦେହ ପୋତା ହୋଇଥିବା ସ୍ଥାନରେ ପହଞ୍ଚି ମୃତଦେହ ମାଟିତଳୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ତେବେ ମୃତ୍ୟୁର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ପୋଲିସ ପକ୍ଷରୁ ମିଳିନାହିଁ।

ଆମପାଣି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ପରେ ସବିଶେଷ ସୂଚନା ଦିଆଯିବ ବୋଲି ଏସ୍‌ଡିପିଇଓ ବେହେରା ସୂଚନା ଦେଇଛନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁସାରେ ଯଦୁ ଦଳପତି ଜଣେ ମଦ୍ୟପ, ଅନେକ ସମୟରେ ମଦ ପିଇ ଗଣ୍ଡଗୋଳ କରୁଥିଲେ, କୌଣସି କାରଣରୁ ଶୁକ୍ରବାର ରାତିରେ ଗଣ୍ଡଗୋଳ ହେବାରୁ ହୁଏତ ତାକୁ ହତ୍ୟା କରିଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking