33.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ : ପ୍ରତ୍ୟେକ ଦୃଷ୍ଟି କୋଣରୁ ତିନୋଟି ମୁଖପଦ ରହିବା ସାଙ୍ଗକୁ ଅର୍ଥ ସମସ୍ୟାର ଯୋଗ ମଧ୍ୟ ରହିଛି । କିନ୍ତୁ ଅଂଚନି ନକ୍ଷତ୍ର ସକାଶେ ଅଧିକାଂଶ ସମୟ ଅନ୍ୟ ମନସ୍କ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା କିମ୍ବା କୌଣସି ଜିନିଷ ହଜି ଯାଇପାରେ କିମ୍ବା ନଷ୍ଟ ହୋଇପାରେ ।
ବୃଷ : କୃତିକା ନକ୍ଷତ୍ର ହେତୁ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ । ଅପରାହ୍ଣରେ ବନ୍ଧୁକପକ୍ଷ କାରଣରୁ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । ମହିଳାମାନଙ୍କ ଅପ୍ରିୟସତ୍ୟ କଥାରେ ବାନ୍ଧବୀଟି ମୁହଁ ଫେରାଇ ନେଇପାରନ୍ତି । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନଦେବେ ।
ମିଥୁନ : ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତା କରିବେ । ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ଅନାଧିପ ରବିଙ୍କ ଉଚ୍ଚସ୍ଥାନ କାରଣୁ ଆଜିର ଦିନଟି ଭଲରେ କଟିବ । ବାକିଥିବା ଟଙ୍କା ଫେରିପାଇବେ ନାହିଁ । ନୂତନ ଯୋଜନା ପାଇଁ ପରିବାରରୁ ନିଶ୍ଚିନ୍ତ ପୂର୍ଣ୍ଣ ସହଯୋଗ ପାଇବେ ।
କର୍କଟ : ପଛକଥା ନଭାବି କି ପରିସ୍ଥିତିକୁ ସମ୍ନା କରନ୍ତୁ । ବହୁତ ଭଲ ହେବ । ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ । ମାତ୍ର ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ । ମହିଳାମାନେ ସାମାଜିକ ସ୍ତରରେ ଉନ୍ନତି ଲାଭ କରିବେ ।
ସିଂହ : ରାଶିଧିପତିଙ୍କ ସହ ଭାଗ୍ୟଭାବସ୍ଥ ଧନ କାର୍ଯ୍ୟାଧିପ ଧାରାରେ ଆପଣଙ୍କୁ ସାମାଜିକ ସ୍ତରରେ ସମ୍ମାନ ମିଳିବ । ଅର୍ଥ କାର୍ଯ୍ୟ ସିଦ୍ଧି କରିବାରେ ସାହାଯ୍ୟ କରିବେ । କିନ୍ତୁ ଏହା ସାଙ୍ଗକୁ ଆପଣଙ୍କର ନିରପେକ୍ଷ ଚିନ୍ତାଧାରା ଅନ୍ୟମାନଙ୍କୁ ନସୁହାଇବା କାରଣରୁ ପରୋକ୍ଷ ଭାବରେ କରିହେବ ।
କନ୍ୟା : ଆଜି କେତେକ କଟୁ ମନ୍ତବ୍ୟ ଶୁଣିବାକୁ ପଡ଼ିପାରେ । ହଠାତ କୌଣସି ଆନୁଷ୍ଠାନିକ ଶୁଭ କାର୍ଯ୍ୟରେ ଯୋଗଦାନ କରିବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ବହୁତ ଦିନର ଆଶା ପୁରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ବାଣିଜ୍ୟ ଓ ବ୍ୟବସାୟ ନିର୍ମାଣ କରିବା ବା ରପ୍ତାନି କରିବାରେ ଉନ୍ନତି ହେବ ।
ତୁଳା : ଧନସ୍ଥାନ ପ୍ରତି ଏକାଧିକ ଗ୍ରହମାନଙ୍କ ପ୍ରତ୍ୟେକ୍ଷ ଦୃଷ୍ଟି ହେତୁ ଗତକାଲିଠାରୁ ଆପଣ ଯାହା ପାଇବା ପାଇଁ ଆଶା ବାନ୍ଧି ବସିଛନ୍ତି ତାହା ନିଶ୍ଚିନ୍ତ ପାଇବେ । ଶନିମୁକ୍ତ ମଙ୍ଗଳ ତୃତୀୟସ୍ଥ କାରଣରୁ ନିଜ ଲୋକମାନେ ଏହା ଦ୍ୱାରା ଖୁସି ହେବା ବଦଳରେ ବାର କଥା କହିପାରନ୍ତି । ମହିଳାମାନେ ଅନ୍ୟକୁ ଠକି ପାରନ୍ତି ।
ବିଛା : ପାପଯୁକ୍ତ ବୃହସ୍ପତି ପ୍ରଭାବରୁ ଗରିଷ୍ଠ ଖାଦ୍ୟର ବିଷମତା ହେତୁ ପେଟ ଗୋଳମାଳ ଦେଖାଦେଇପାରେ । ଅନୁରାଧା ନକ୍ଷତ୍ର ସକାଶେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ପରିବାରର ଖର୍ଚ୍ଚଭାର ଦୃତ ଗତିରେ ବୃଦ୍ଧି ପାଇବ । ମହିଳାମାନେ ଛୋଟ ଛୋଟ କଥାରେ ଚିହ୍ନା ପଡ଼ିବେ ନାହିଁ ।
ଧନୁ : ସମସ୍ୟା ସାଙ୍ଗକୁ ସମାଧାନର ରାସ୍ତାକୁ ବହୁପୂର୍ବରୁ ଜଗି ପାରିବେ । ଫଳରେ ପ୍ରତ୍ୟକ କ୍ଷେତ୍ରରେ ବହୁ ଚତୁରତାର ସହ କାର୍ଯ୍ୟ ହାସଲ କରିବାକୁ ଚେଷ୍ଟା କରିବେ । ସୂର୍ଯ୍ୟନକ୍ଷତ୍ର ହେତୁ ଶାରୀରିକ ଅସୁସ୍ଥତା କର୍ମକ୍ଷେତ୍ରରେ ମନ୍ଥର ହୋଇପାରେ । ଯେକୌଣସି କାମ କରିପାରିବେ ନାହିଁ ।
ମକର : ଆଜି ଯାତ୍ରା ସ୍ଥଗିତ ରହିଯିବ । ବ୍ୟବସାୟରେ ଝଗଡ଼ା ସ୍ତ୍ରୀ କିମ୍ବା ସ୍ୱାମୀଙ୍କ ସହ ମତ ପାର୍ଥକ୍ୟ ହେବ । ମାନସିକ ଅଶାନ୍ତିର କାରଣ ହୋଇପାରେ । ମହିଳାମାନେ କୌଣସି କ୍ଷେତ୍ରରେ ପଦକ୍ଷେପ ନେଇ ଅସୁବିଧାରେ ପଡ଼ିପାରନ୍ତି ।
କୁମ୍ଭ : ମୁଖଭାବରେ ଚନ୍ଦ୍ର ଆପଣଙ୍କ କଥାରେ ମଧୁରତା ଓ ମୁହଁରେ ହସ ଫୁଟାଇ ଲକ୍ଷ ପୁରଣରେ ସହଯୋଗ କରିବେ । ଶତଭିଷା ନକ୍ଷତ୍ର ସକାଶେ ଆନୁଷ୍ଠାନିକ କାର୍ଯ୍ୟରେ ଅବହେଳା ହୋଇ ଘରୋଇ କଥାରେ ଝଗଡ଼ା, ନୂତନ କାମରେ କିଛିଟା ପ୍ରତିବନ୍ଧକ ଲାଗି ରହିଥିବା କାରଣରୁ ବ୍ୟସ୍ତ ରହିବେ ।
ମୀନ : ଆଜି ଘର ସାଜ ସଜା କରିବେ । ବ୍ୟବସାୟିକ ଆଲୋଚନା ରାଜନୀତି, ସଂଗଠନ,ମାଲିମୋକଦ୍ଦମା କିମ୍ବା ସଭାସମିତି କାମରେ ଅଧିକାଂଶ ସମୟ ଅତିବାହିତ ହେବ । ପିଲାମାନଙ୍କର ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । କୋର୍ଟକଚେରୀ ମାମଲାରେ ଶୁଣାଣି ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking