27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶରିଲସ ଦେଖିବାକୁ ସ୍ୱାମୀ ମନା କରିବାରୁ ଜୀବନ ହାରିଲା ପତ୍ନୀ

ରିଲସ ଦେଖିବାକୁ ସ୍ୱାମୀ ମନା କରିବାରୁ ଜୀବନ ହାରିଲା ପତ୍ନୀ

ରାୟପୁର: ଛତିଶଗଡର ଭିଲାଇରେ ଜଣେ ମହିଳା ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ।କାରଣ ତାଙ୍କ ସ୍ୱାମୀ ତାଙ୍କୁ ରିଲସ ଦେଖିବା ପାଇଁ ମନା କରିଦେଇଥିଲେ ଏବଂ ମୋବାଇଲକୁ ଛଡ଼ାଇ ନେଇଥିଲେ । ଏଥିରେ ରାଗିଯାଇ ମହିଳା ଆତ୍ମହତ୍ୟା କରିଛନ୍ତି । କୁହାଯାଉଛି ଯେ ମହିଳା ଜଣକ ରିଲସ ତିଆରି କରି ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଅପଲୋଡ୍ କରୁଥିଲେ । ସେ ଅଧିକାଂଶ ସମୟ ରିଲ୍ ଦେଖିବା ଏବଂ ତିଆରି କରିବାରେ ବିତାଉଥିଲେ । ଆଉ ଏନେଇ ସ୍ୱାମୀ ମନା କରିବାରୁ ସେ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି । ପୁଲିସ କହିଛି ଯେ ଦୁହେଁ ୬ ବର୍ଷ ପୂର୍ବେ ବିବାହ କରିଥିଲେ । ସୁପେଲା ନିବାସୀ ଭୁପେନ୍ଦ୍ର ସାହୁଙ୍କ ପତ୍ନୀ ରଚନା ସାହୁ (୩୦) ଶୁକ୍ରବାର ସନ୍ଧ୍ୟାରେ ନିଜ କୋଠରୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଉଭୟଙ୍କ ଏକ ଝିଅ ମଧ୍ୟ ଅଛି । ସୂଚନା ଅନୁଯାୟୀ, ରଚନା ସାହୁ ଅଧିକାଂଶ ସମୟରେ ରିଲସ ତିଆରି କରି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରୁଥିଲେ । ତାଙ୍କର ଅଧିକାଂଶ ସମୟ ଏହି କାର୍ଯ୍ୟରେ ଅତିବାହିତ ହୋଇଥିଲା । ସେ ଘର କାମ ପ୍ରତି ଧ୍ୟାନ ଦେଇନଥିଲେ । ଶୁକ୍ରବାର ଦିନ ସ୍ୱାମୀ ଘରେ ପହଞ୍ଚିବା ବେଳେ ତାଙ୍କ ପତ୍ନୀ ରଚନା ସାହୁ ରିଲସ ଦେଖୁଥିଲେ, ଯେଉଁଥିପାଇଁ ସ୍ୱାମୀ ତାଙ୍କୁ ଗାଳି ଦେଇଥିଲେ ଏବଂ ରିଲ ଦେଖିବା ପାଇଁ ବାରଣ କରିଥିଲେ । ସେ ମୋବାଇଲକୁ ଛଡ଼ାଇ ନେଇଥିଲେ । ପତ୍ନୀ ଏଥିରେ ରାଗିଯାଇ ଆତ୍ମହତ୍ୟା କରିଦେଇଥିଲେ । ଯେତେବେଳେ ଲୋକମାନେ ଦେଖିଲେ ଯେ ଭିତର ପଟୁ କବାଟ ବନ୍ଦ ଅଛି, ସ୍ୱାମୀଙ୍କୁ ସୂଚନା ଦିଆଗଲା ଏବଂ କବାଟ ଭାଙ୍ଗିବା ପରେ ସେମାନେ ଦେଖିଲେ ଯେ ମହିଳା ଜଣକ ଆତ୍ମହତ୍ୟା କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking