କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଁଳାଭଟା ପଞ୍ଚାୟତ ଟିଙ୍ଗୋପକାନ ଗାଁରେ ସ୍ୱାମୀର ଚାପୁଡ଼ା ମାଡ଼ରେ ସ୍ତ୍ରୀ ମୃତ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଟିଙ୍ଗୋପକାନ ଗାଁର ବୁଦୁ ମାଝୀ(୪୫ବର୍ଷ) ଓ ସ୍ତ୍ରୀ ମଙ୍ଗୁଳାଦେଇ ମାଝୀଙ୍କ ମଧ୍ୟରେ ସୋମବାର ସକାଳେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା ।
ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କୁ ବୁଦୁ ଶକ୍ତ ଚାପୁଡ଼ା ମାରିଥିଲା । ଫଳରେ ଘଟଣାସ୍ଥଳରେ ମଙ୍ଗୁଳାଦେଇଙ୍କ ମୃତ୍ୟୁ ହୋଇଗଲା । ଜୟପାଟଣା ଥାନା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନାକୁ ପଠାଇଛି । ଅନ୍ୟପକ୍ଷରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ମଙ୍ଗଳବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି । ଏହି ଘଟଣା ପରେ ବୁଦୁ ଫେରାର ହୋଇଯାଇଛି । ତାଙ୍କ ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି ।