27.1 C
Bhubaneswar
Saturday, July 27, 2024
Homeଓଡିଶାଆସନ୍ତାକାଲି ବିଧାନସଭା ଶୀତ ଅଧିବେଶନ; କୋଶଳୀ ଭାଷାକୁ ମାନ୍ୟତା ଦେବାକୁ ଦାବି କରିବ କଂଗ୍ରେସ

ଆସନ୍ତାକାଲି ବିଧାନସଭା ଶୀତ ଅଧିବେଶନ; କୋଶଳୀ ଭାଷାକୁ ମାନ୍ୟତା ଦେବାକୁ ଦାବି କରିବ କଂଗ୍ରେସ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ଆଗାମୀ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହି ଅଧିବେଶନ ପ୍ରମୁଖ ଦଳଗୁଡ଼ିକ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ଗୃହରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ପ୍ରସ୍ତୁତି ହୋଇସାରିଲେଣି ସମସ୍ତ ଦଳ । ଅଧିବେଶନର ଦିନକ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ,ଶୀତ କାଳୀନ ଅଧିବେଶନ ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୩୦ରେ ସରିବା କଥା । ହେଲେ ମୋର ସନ୍ଦେହ ଉପୁଜୁଛି ସରକାର ଏହାକୁ ୪ ଦିନ ଚଳେଇବେ କି ନାହିଁ । ସମସ୍ୟା ଭରା ରାଜ୍ୟ ହେଉଛି ଓଡିଶା । ଏଥର କଂଗ୍ରେସ ସ୍ୱରକୁ ଶାଣିତ କରିବ । ରାଜ୍ୟରେ କୃଷି ଆଉ କୃଷକ ପ୍ରସଙ୍ଗ ଉଠିବ । ପଶ୍ଚିମ ଓଡ଼ିଶାରେ ଭଲ ଫସଲ ହୋଇଛି ହେଲେ ସରକାର ଧାନ କିଣିବା ଆବଶ୍ୟକତା ରହିଛି । ଅସାଧୁ ବ୍ୟବସାୟୀ ଶସ୍ତା ଦରରେ ଧାନ କିଣିନେଉଛନ୍ତି । ସରକାରଙ୍କ ପ୍ୟାଡ଼ି ପ୍ରୋକ୍ୟୁରମେଣ୍ଟ ପଲିସି ଭୁଲ । ସେ ଆଉ ମଧ୍ୟ କହିଛନ୍ତି, ଚାଷୀଙ୍କ ସବୁ ଧାନ କିଣିବାକୁ ସରକାର ବାଧ୍ୟ ବୋଲି କଂଗ୍ରେସ ଦାବି କରିବ । ବଲାଙ୍ଗୀର ପୁଇଁତଲା ବ୍ଲକରେ ଚାଷୀ ଆତ୍ମହତ୍ୟା କଥା ଉଠିବ । ପାଣି ଯୋଗାଇବାକୁ ସୁକତେଲ ପ୍ରକଳ୍ପ କଂଗ୍ରେସ ଅମଳରୁ ଆରମ୍ଭ ହୋଇଛି ହେଲେ କାମ ନସରୁଣୁ ମୁଖ୍ୟମନ୍ତ୍ରୀ ଡିସେମ୍ବର ମାସରେ ଉଦଘାଟନ କରିବେ ବୋଲି ଶୁଣୁଛି । ଲୋକଙ୍କୁ ପାଣି ନଦେଇ ବାହା ବାହା ନେବାକୁ ସରକାର ଚାହୁଁଛନ୍ତି ।

ତେବେ ଆଞ୍ଚଳିକ ବୈଶ୍ୟମତାକୁ ନେଇ ପଶ୍ଚିମ ଓଡ଼ିଶାବାସୀ ସ୍ୱର ତୀବ୍ର ହେବାକୁ ଲାଗିଲାଣି । ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ସଫଳ ହେଲା । ସେ କଥା ଉଠିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ଓଡ଼ିଶା ଏକ ଭାଷା ଭିତ୍ତିକ ରାଜ୍ୟ । କୋଶଳୀ ଭାଷାକୁ ମାନ୍ୟତା ଦେବାକୁ ଦାବି କରିବ କଂଗ୍ରେସ । ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ, ବେକାରୀ ସମସ୍ୟା ଉଗ୍ର ଫଳରେ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ ଦୁର୍ନୀତିରେ ବୁଡ଼ି ରହିଛନ୍ତି ସରକାର, ମୁଖ୍ୟମନ୍ତ୍ରୀ ସପ୍ତାହ ବ୍ୟାପୀ ଶପଥ କରୁଛନ୍ତି ସ୍ୱଚ୍ଛତାକୁ ନେଇ ହେଲେ ପ୍ରତି ବ୍ଲକରେ ୫୦ ପ୍ରତିଶତ ପିସି ଚାଲିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ତେବେ ଆଗାମୀ ବର୍ଷରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହି ଶୀତକାଳୀନ ଅଧିବେଶନ ବେଶ ଗୁରୁତ୍ୱ ବହନ କରିବ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ବିରୋଧୀ ତୟାର ଥିବା ବେଳେ ସବୁ ପ୍ରଶ୍ନର ଉତ୍ତର ରଖିବାକୁ ସରକାର ବି ପ୍ରସ୍ତୁତ । ତେଣୁ ଏହି ଶୀତକାଳୀନ ଅଧିବେଶନ ବେଶ ସରଗରମ ରହିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking