37.1 C
Bhubaneswar
Friday, May 17, 2024
Homeଅପରାଧପାର୍ଲର ଯିବାକୁ ସ୍ୱାମୀ ମନା କରିବାରୁ ଆତ୍ମହତ୍ୟା କଲା ସ୍ତ୍ରୀ

ପାର୍ଲର ଯିବାକୁ ସ୍ୱାମୀ ମନା କରିବାରୁ ଆତ୍ମହତ୍ୟା କଲା ସ୍ତ୍ରୀ

ଭୋପାଳ: କେତେବେଳେ ମୋବାଇଲ୍ ବ୍ୟବହାର କରିବାକୁ ମନା କରିବାରୁ ଛାତ୍ରଛାତ୍ରୀ ଜୀବନ ହାରିଲେଣି ତ ଆଉ କେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ କିଏ ଜୀବନ ହାରିଲାଣି । ସାମାନ୍ୟ ଘଟଣାକୁ ନେଇ କିଛି ଲୋକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବା ଘଟଣା ସାମ୍ନାକୁ ଆସିଛି । ଗୁରୁବାର ମଧ୍ୟପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି । ପାର୍ଲର ଯିବାକୁ ସ୍ୱାମୀ ମନା କରିବାରୁ ଆତ୍ମହତ୍ୟା କଲା ସ୍ତ୍ରୀ । ବିୟୁଟି ପାର୍ଲର ଯିବାକୁ ସ୍ୱାମୀ ଅଟକାଇବାରୁ ୩୪ ବର୍ଷୀୟା ମହିଳା ଜୀବନ ହାରିଥିବା ଜଣାପଡ଼ିଛି । ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ବିୟୁଟି ପାର୍ଲର ଯିବା ପାଇଁ ମହିଳା ଜଣକ ସ୍ୱାମୀଙ୍କୁ କହିଥିଲେ । ହେଲେ ସ୍ୱାମୀ ରୋକଠୋକ ମନା କରିଦେଇଥିଲେ । ଯାହାକୁ ନେଇ ସମ୍ପୃକ୍ତ ମହିଳା ରାଗି ଯାଇଥିଲେ । ଏହାପରେ ଘରେ ଲାଗିଥିବା ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ । ଏନେଇ ମହିଳାଙ୍କ ସ୍ୱାମୀ ପୋଲିସକୁ ସୂଚନା ଦେଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରା ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking