17.1 C
Bhubaneswar
Thursday, January 16, 2025
Homeଅପରାଧସ୍ୱାମୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲିଂ କରୁଥିଲା ପତ୍ନୀ, ଜାଣନ୍ତୁ କାରଣ....

ସ୍ୱାମୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲିଂ କରୁଥିଲା ପତ୍ନୀ, ଜାଣନ୍ତୁ କାରଣ….

ମୁମ୍ବାଇ: ମହାରାଷ୍ଟ୍ର ଅମ୍ବାଦ ପୋଲିସ ଷ୍ଟେସନରେ ଏକ ବିରଳ ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ମହିଳା ନିଜର ଅଶ୍ଳୀଳ ଫଟୋ ସାହାଯ୍ୟରେ ନିଜ ସ୍ୱାମୀଙ୍କୁ ବ୍ଲାକମେଲ କରିଛନ୍ତି ଏବଂ ଫଟୋ ଭାଇରାଲ କରିବା ନାଁରେ ଅର୍ଥ ମଧ୍ୟ ହଡ଼ପ କରିଛନ୍ତି । ମହିଳା ଜଣକ ଏକ ପୁରୁଷ ବନ୍ଧୁ ସହିତ ମିଶି ଏପରି କାର୍ଯ୍ୟ କରିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ପୀଡ଼ିତ ସ୍ୱାମୀ ଜାଣିବା ପରେ ପତ୍ନୀ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ପୀଡିତ ସ୍ୱାମୀଙ୍କ କହିବାନୁସାରେ ଗତ କିଛି ଦିନ ତଳେ ତାଙ୍କୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ବ୍ଲାକମେଲର ତାଙ୍କୁ କହିଥିଲା ଯେ ବିବାହ ପରେ ମଧ୍ୟ ତାଙ୍କ ପତ୍ନୀଙ୍କ ଅନ୍ୟ କୌଣସି ପୁରୁଷ ସହିତ ସମ୍ପର୍କ ରହିଛି । ଏହାସହିତ କିଛି ଅଶ୍ଳୀଳ ଫଟୋ ମଧ୍ୟ ପୀଡ଼ିତଙ୍କ ମୋବାଇଲକୁ ପଠାଇଥିଲା । ଏହାପରେ ଅର୍ଥ ଡିମାଣ୍ଡ କରିଥିଲା । ପୀଡିତ ସ୍ୱାମୀ ଲୋକ ଲଜ୍ଜା ଭୟରେ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ଲାକମେଲରକୁ ମଧ୍ୟ ଦେଇଥିଲେ । ମାତ୍ର ଏହି କାର୍ଯ୍ୟ ତାଙ୍କ ପତ୍ନୀ କରୁଥିବା ପରବର୍ତ୍ତୀ ସମୟରେ ସ୍ୱାମୀ ଜାଣିବାକୁ ପାଇଥିଲେ । ପତ୍ନୀ ନିଜ ପୁରୁଷ ବନ୍ଧୁ ସହିତ ମିଶି ଟଙ୍କା ହଡ଼ପ କରୁଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ପୀଡ଼ିତ ସ୍ୱାମୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅମ୍ବାଦ ପୋଲିସ ଷ୍ଟେସନରେ ପତ୍ନୀଙ୍କ ପୁରୁଷ ବନ୍ଧୁ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅର୍ଥ ପାଇଁ ମହିଳା ଜଣକ ନିଜେ ନିଜର ଅଶ୍ଳୀଳ ଫଟୋକୁ ବ୍ୟବହାର କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଏହି ଘଟଣା ନେଇ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking